କଲ୍ୟାଣସିଂହପୁର ବ୍ଲକସ୍ତରୀୟ କ୍ରୀଡାରେ ବାଜିମାରିଲେ ନାରାୟଣପୁର ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମା ଉଚ୍ଚ ବିଦ୍ୟାଳୟ ମିନି ଖେଳ ପଡ଼ିଆରେ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳର ସମଗ୍ର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୁଇ ଦିନ ଧରୀ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ନାରାୟଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଦୈତାରୀ ମାଝି ଦୈଢ଼ କୁଦରେ ପ୍ରଥମ ସ୍ଥାନ ଅଧିକାରକରୀ ଜିଲ୍ଲା ସ୍ତରୀୟ ଖେଳ ନିମନ୍ତେ ମୋନନୀତ ହୋଇଛନ୍ତି | ସେହିଭଳି ଉକ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଦୀପିକା ମିଣିଆକା ପ୍ରଥମ ସ୍ଥାନ ଅଧିକାର କରୀ ଜିଲ୍ଲା ସ୍ତରୀୟ ଖେଳ ନିମନ୍ତେ ମୋନନୀତ ହୋଇଛନ୍ତି | ଏଥି ନିମନ୍ତେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି | ଏହି କୃତିତ୍ୱ ବିଦ୍ୟାଳୟର ଖେଳ ଶିକ୍ଷକ ସ୍ୱାଧୀନ କୁମାର ଦାସ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁମକି ପାଣି ଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ଉଭୟ ଛାତ୍ର ଛାତ୍ରୀ ବୋଖାଣିଛନ୍ତି | ଏହି ପ୍ରତିଯୋଗିତା ରେ ଦୁଇ ଦିନ କାଳ କବାଡ଼ି, ସଟ୍ ଫୁଟ୍, ଲଙ୍ଗ ଯୋମ୍ପ, ହାଇ ଯୋମ୍ପ ଭଳି ଖେଳ ଗୁଡ଼ିକ ଆୟୋଜିତ ହୋଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.