ଗାଁକୁ ନାହିଁ ରାସ୍ତା: ପୁଣି ଜନନୀ ଯନ୍ତ୍ରଣା, ୪ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଖମ୍ବାପଦର ଗାଁରୁ ଆସିଲା ପୁଣି ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ନାହିଁ ରାସ୍ତା, ୪କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଖମ୍ବାପଦର ଗାଁରୁ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି । ଗାଁର ମହିଳା ଅଲି ମାଝୀ ପ୍ରସବ ଗର୍ଭ ଯନ୍ତ୍ରଣା ହେବା ପରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଆସିପାରି ନଥିଲା । ଫଳରେ ଆଶା ଦିଦିଙ୍କ ସହାୟତରେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ ଖଟିଆରେ ବୋହି ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳା ଜଣଙ୍କୁ ୪ କିଲୋମିଟର ଯାଏ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହା ପରେ ଗର୍ଭବତୀ ମହିଳାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ସୁଫଳ ମିଳୁ ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଦିର୍ଘଦିନ ଧରି କାଶୀପୁର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଈଥିବା ବେଳେ । ବର୍ତମାନ ସୁଦ୍ଧା କାଶୀପୁରକୁ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉନଥିବାରୁ ବିଭିନ୍ନ ସମୟରେ ରୋଗି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ କାଶୀପୁରକୁ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରାଯାଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.