ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ କାଉନସିଲରଙ୍କ ଅନାସ୍ଥା ପ୍ରସ୍ତାବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ପୌର ଉପାଧ୍ୟକ୍ଷା ବିରୋଧରେ ୧୯ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି |ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ପୌରସଂସ୍ଥାର କାଉନସିଲର ମାନଙ୍କ ମତକୁ ଅଣଦେଖା ସହ ହେଗ୍ୟାନ କରିବା, ନିଜ ସ୍ୱାର୍ଥ ପାଇଁ ପଦବୀର ଅପବ୍ୟବହାର କରିବା ଆଦି ଦୀର୍ଘ ତିନି ବର୍ଷ ଧରି ଅଭିଯୋଗ କରିଆସୁଥିବା ପୌରସଂସ୍ଥାର କାଉନସିଲର ମାନଙ୍କ ଠାରୁ ଶୁଣାଯାଇଥିଲା ତା’ର ଆଜି ଅନ୍ତ ଘଟିଥିବା ଦେଖିବାକୁ ମିଳିଛି । ଆଜି ତାଙ୍କ ବିରୋଧରେ କାଉନସିଲର ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି I ଏନେଇ ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ରାୟଗଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି I ରାୟଗଡା ପୌରସଂସ୍ଥା ୨୪ ଜଣ କାଉନସିଲର ଦ୍ୱାରା ଗଠିତ I ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ I ଇସ୍ତଫା ଦେବା ପରେ ଶ୍ରୀ ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି I ରାୟଗଡା ପୌରସଂସ୍ଥାର ଉପାଧକ୍ଷା ଶୁଭ୍ରା ପଣ୍ଡା ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଆଜିର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା I ଶୁଭ୍ରା ପଣ୍ଡା ପୌରପରିଷଦର ୩ ନମ୍ବର ୱାର୍ଡର କାଉନସିଲର I ଶୁଭ୍ରା ଦାୟିତ୍ୱ ନେବା ପର ଠାରୁ ଜଗନ୍ନାଥ ସୁଧୀର ଗୋଷ୍ଠୀ ପ୍ରରୋଚନାରେ କାଉନସିଲର ମାନଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା I ଅଗାମି ଦିନରେ ଜିଲ୍ଳାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହେବାର ଶୁଣିବାକୁ ମିଳୁଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.