ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବଙ୍କୁ କଳାହାଣ୍ଡିରେ ଭବ୍ୟ ସ୍ଵାଗତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର, ପୂର୍ବତନ ବିଧାୟକ ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଶନିବାର ଦିନ କଳାହାଣ୍ଡି ଗସ୍ତ କରିଛନ୍ତି। ତାଙ୍କ ସହ ରାଜ୍ୟ ସଭାପତି ଶିବ ହାତୀ ଯାଦବ ମଧ୍ୟ ଉପସ୍ଥିତ ରହିଛନ୍ତି। ରାଜ୍ୟ ପ୍ରଭାରୀ ଶ୍ରୀ ଯାଦବଙ୍କୁ ଭବାନୀପାଟଣା ଆଇଟିଆଇ ସମ୍ମୁଖରେ ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବ ଏବଂ କର୍ମକର୍ତ୍ତା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହାପରେ ଏକ ମୋଟରସାଇକେଲ ରେଲିରେ ଶ୍ରୀ ଯାଦବ ଭବାନୀପାଟଣା ସର୍କିଟ ହାଉସରେ ପହଞ୍ଚିଛନ୍ତି। ସେଠାରେ କର୍ମୀ ସମ୍ମିଳନୀ ଏବଂ ସାମ୍ବାଦିକ ସମ୍ମିଳନୀ ଚାଲିଛି। ଏହି ସ୍ବାଗତ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରାରେ ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ଦେବେନ୍ଦ୍ର କହଁର, ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ପ୍ରଦେଶ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର, ଓଡ଼ିଶା ପ୍ରଦେଶ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଯାଦବ, ଯୁବ ଜନ ସଭା ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ (ମଣ୍ଟୁ), ଅଳ୍ପସଂଖ୍ୟକ ସଭା ରାଜ୍ୟ ସଭାପତି ମହମ୍ମଦ ସହାବୁଦ୍ଧିନ, ପ୍ରବୀଣ ନାୟକଙ୍କ ସମେତ ଜିଲ୍ଲା ଉପସଭାପତି ଶୋଭାବନ ଭାଟି ଓ ଧବଳେଶ୍ଵର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଭୋଇ, କୃଷକ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଗଡତିଆ, ଭବାନୀପାଟଣା ବ୍ଲକ ସଭାପତି କିର୍ତ୍ତିଚନ୍ଦ୍ର ଗଉଡ, ତୁଲମଣି ନାଗ, ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଏବଂ କର୍ମୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.