କଳାହାଣ୍ଡିରେ ସମାଜବାଦୀ ପାର୍ଟିର ପିଡିଏ ପଞ୍ଚାୟତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲାରେ ପିଡିଏ ପଞ୍ଚାୟତ ଓ କର୍ମୀ ସମ୍ମିଳନୀ ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକ ବିଶାଳ ବାଇକ୍ ରେଲି ଆଇଟିଆଇ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଜଗଦୀଶ ଯାଦବଙ୍କ ଅଧ୍ୟକ୍ଷତାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଓଡ଼ିଶା ପ୍ରଭାରୀ ସୁନୀଲ ସିଂ ଯାଦବ ଏବଂ ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ଦେବେନ୍ଦ୍ର କହଁର, ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ପ୍ରଦେଶ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ଵାମିତ୍ର ପୋଢ ପ୍ରମୁଖ ଯୋଗଦେଇ ଦଳକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ପ୍ରଭାରୀ ଶ୍ରୀ ଯାଦବ ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋର୍ ବର୍ଷିଥିଲେ। ବିକଶିତ ଓଡିଶାର ନାରା ଦେଉଥିବା ଭାଜପା ସରକାରରେ ଓଡିଶା ସମ୍ପୂର୍ଣ୍ଣ ଅବହେଳିତ ହୋଇଛି। ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପହ୍ୟା ଦାବି ହେଉ କି ଅନ୍ୟ ସମସ୍ତ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରୁଛି ଭାଜପା। ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଅବହେଳିତ ହୋଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଏହି ଅବସରରେ ପିଡିଏ ସମାଜବାଦୀ ପାର୍ଟିର ଆଭିମୁଖ୍ୟ ବିଷୟରେ ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଥିଲେ – ସମାଜବାଦୀ ପାର୍ଟି ଡ଼ଃ ରାମ ମନୋହର ଲୋହିଆ, ଡ଼ଃ ବି.ଆର. ଆମ୍ବେଦକର ଏବଂ ମୁଲାୟମ ସିଂ ଯାଦବଙ୍କ ଆଦର୍ଶରେ ଗଠିତ ଏକ ଶୃଙ୍ଖଳିତ ଦଳ ଯାହା ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ସଂଘର୍ଷରୁ ସୃଷ୍ଟି। ଡ଼ବଲ ଇଞ୍ଚିନ ସରକାରର ବିଫଳତା ରାଜ୍ୟବାସୀଙ୍କୁ ଅତିଷ୍ଠ କଲାଣି ଏହି ପରିପ୍ରେକ୍ଷିର ଓଡ଼ିଶାର ପଛୁଆ, ଦଳିତ, ଅଳ୍ପସଂଖ୍ୟକ ସଂପ୍ରଦାୟର ହକ ଏବଂ ସାମ୍ବିଧାନିକ ଅଧିକାର ପାଇଁ ସମାଜବାଦୀ ପାର୍ଟି ଲଢେଇ ଜାରି ରଖିଛି। ଏହି ଅବସରରେ ବିଜେପି, ବିଜେଡ଼ି ଓ କଂଗ୍ରେସକୁ ଛାଡ଼ି ଅନେକ ଯୁବକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ଜନ ସଭା ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ (ମଣ୍ଟୁ), ଅଳ୍ପସଂଖ୍ୟକ ସଭା ରାଜ୍ୟ ସଭାପତି ମହମ୍ମଦ ସହାବୁଦ୍ଧିନ, ପ୍ରବୀଣ ନାୟକଙ୍କ ସମେତ ଜିଲ୍ଲା ଉପସଭାପତି ଶୋଭାବନ ଭାଟି ଓ ଧବଳେଶ୍ଵର ମାଝୀ, କୃଷକ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଗଡତିଆ, ଭବାନୀପାଟଣା ବ୍ଲକ ସଭାପତି କିର୍ତ୍ତିଚନ୍ଦ୍ର ଗଉଡ, ତୁଲମଣି ନାଗ, କେଶବ ମାଝୀ, ଶେଷଦେବ ଗଉଡ, ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଏବଂ କର୍ମୀ ସାମିଲ ହୋଇଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.