ମା ତାରା ତାରିଣୀଙ୍କ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଶେଷ

ରବିବାର ଠାରୁ ହେବ ଷୋଡଶ ଉପଚାର ପୂଜା ଆରମ୍ଭ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରି ଦେବୀ ମା ତାରା ତାରିଣୀ ଙ୍କର ଶାରଦୀୟ ପୂଜା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ, ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ | ସେଥିପାଇଁ ମନ୍ଦିର ସଭାପତି ତଥା ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କ ନିର୍ଦେଶ ରେ ଏବଂ ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ ଙ୍କ ସହଯୋଗରେ ସବୁ ପ୍ରକାର ବ୍ୟବସ୍ତା ସରିଛି | ଏହି ଷୋହଳ ଦିନପୂଜା ପୂର୍ବ ରୀତି ନିତି ଅନୁସାରେ କରାଯିବ ବୋଲି ଜିଲ୍ଲା ପାଳ ଓ ଉପଜିଲ୍ଲାପାଳ ସେବାୟତ ମାନଙ୍କ ସହ କଥାବାର୍ତା କରି କିପରି ସୁରୁଖୁରୁରେ ଏହା ଶେଷହେବ ତାଉପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ଆରମ୍ଭ ଦିନ ପବିତ୍ର ଋଷିକୁଲ୍ୟା ଘାଟ ରୁ ୧୦୮ ସେବାୟତ ମହିଳା ଙ୍କ ଦ୍ୱାରା ନଦୀରେ ଗଙ୍ଗାଙ୍କୁ ଆବାହନ ପୂଜାର୍ଚନା କରାଯିବା ପରେ ମହିଳା ମାନେ ମୁଣ୍ଡରେ ପାଣି ମାଠିଆ ଧରି ପାହାଡ଼ ଉପରକୁ ଯାଇ ପାଣି ମାଠିଆ ମାଆଙ୍କ ପୀଠରେ ରଖିବେ | ବିଜେ ପ୍ରତିମାକୁ ବାଜା ବାଜଣା ରେ ସ୍ନାନ ମଣ୍ଡପକୁ ଅଣାଯାଇ ବ୍ରାହ୍ମଣ ଙ୍କ ଦ୍ୱାରା ସେବାୟତ ଙ୍କ ଉପସ୍ଥିତି ଓ ସହଯୋଗ ରେ ସହସ୍ର କୁମ୍ଭାଭିଷେକ କଳସିକୁ ମାଆଙ୍କୁ ଶ୍ରୀସୂକ୍ତ ରେ ସ୍ନାନ କରାଯାଇ ପୂଜା କରାଯିବ | ଏବଂ ଆରାତ୍ରିକ ପୁଷ୍ପାଞ୍ଜଳି ପ୍ରଦାନ ପରେ ପୁଣି ବିଜେ ପ୍ରତିମା କୁ ମନ୍ଦିର କୁ ନିଆଯାଇ ମାଆଙ୍କ ଷୋଡଶ ଉପଚାର ପୂଜା ଆରମ୍ବ କରାଯିବ | ପୁରୋହିତ ଓ ସେବାୟତ କର୍ତ୍ତା ଙ୍କ ଦ୍ୱାରା ସଂକଳ୍ପ, ସ୍ବସ୍ତି ବାଚନ, ବରୁଣ ପୂଜା, ଚଣ୍ଡି ପାଠ, ହୋମ, ଓ ଅର୍ଣ୍ଣ ଭୋଗ କରାଯାଇ ମାଆଙ୍କ ପହୁଡ଼ ପଡିବ | ସେହିପରି ସକାଳେ ମାଜଣା ଓ ଆଳତି ପରେ ଷୋଡଶ ଉପଚାର ପୂଜା, ଆରତ୍ରିକ ପରେ କୁମ୍ଭ, ପୂଜା, ସୂର୍ଯ୍ୟ ପୂଜା, ଚଣ୍ଡୀପାଠ ଓ ମଧ୍ୟାହ୍ନ ଅର୍ଣ୍ଣ ଭୋଗ ପରେ ପହୁଡ଼ ହେବ |ଏହା ମହାଷ୍ଟମୀ, ବିଶ୍ରାମ ନବମୀ ଓ ବିଜୟା ଦଶମୀ ସରିବା ପରେ ଏହି ପର୍ବ ଶେଷ ହେବ | ଏଥିପାଇଁ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ପୁରୁଷୋତ୍ତମପୁର ଏସଡ଼ି ପିଓ, ସୁଜିତ ନାୟକ ଓ ଆଇ ଆଇସି ରାଜେଶ ନାୟକ ଓଷ୍ଟାଫ ଏବଂ ପୁରୁଷୋତ୍ତମପୁର ବିଡ଼ିଓ ଶରତ କୁମାର ପାତ୍ର ଓ ତହସିଲଦାର ବିନୋଦ କୁମାର ବେହେରା ମଧ୍ୟ ପ୍ରତେକ ଦିନ ଏହି ପୂଜା କାର୍ଯ୍ୟକୁ ତଦାରଖ କରିବେ ବୋଲି ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି | ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଟିକେ ରେଡି ଓ ମନ୍ଦିର କର୍ମଚାରୀ ଓ ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା, ଦୁର୍ଗା ରଣା, ଜଗନ୍ନଥ ରଣା ଦୁର୍ଗାମାଧବ ରଣା, ଶୁକଦେବ ରଣା, କୈଳାଶ ରଣା, ଲମ୍ବୋଦର ରଣା, ସନାତନ ରଣା ଙ୍କ ସହ ସମସ୍ତ ସେବାୟତ ଏହି ପୂଜାରେ ସମ୍ପୂର୍ଣ ସହଯୋଗ କରି ପୂଜା ସୁରୁଖୁରୁରେ ସମୁର୍ଣ କରିବେ ବୋଲି ଜଣା ଯାଇଛି | ତେବେ ଆସୁଥିବା ଭକ୍ର ମାନେ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେତାଉପରେ ସମସ୍ତେ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.