କେଦାରପୁର ଠାରେ ଅନୁଷ୍ଠିତ ହେଲା କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା କବିବର ରାଧାନାଥ ରାୟଙ୍କ ଜନ୍ମପୀଠ କେଦାରପୁର ଠାରେ ସ୍ଥାପିତ କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ ଉତ୍ସବ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ, ସୋର ବ୍ଲକ ପ୍ରଶାସନ ଏବଂ କବିବର ରାଧାନାଥ ସ୍ମୃତି ସଂସଦ, କେଦାରପୁରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବରେଣ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵର ଶ୍ରୀ ହେମନ୍ତ କୁମାର ସିଂହ, ଅଧ୍ୟକ୍ଷା, ସୋର ପଞ୍ଚାୟତ ସମିତି ଶ୍ରୀମତୀ ଅନସୂୟା ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ, ୪୫ ନଂ ଜୋନ ଜୟରାମ ଦାସ, ସରପଞ୍ଚ, କେଦାରପୁର ଗ୍ରାମ ପଞ୍ଚାୟତ ଶ୍ରୀମତୀ ସୁପ୍ରିୟା ଜେନା, ସମିତି ସଭ୍ୟ, କେଦାରପୁର ଗ୍ରାମ ପଞ୍ଚାୟତ ରାଜେଶ କୁମାର ନାୟକ, କବିବର ରାଧାନାଥ ସ୍ମୃତି ସଂସଦର ସମ୍ପାଦକ ଶୁଭେନ୍ଦୁ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ପ୍ରାରମ୍ଭରେ ଅତିଥିମାନେ କବିବର ରାଧାନାଥ ରାୟଙ୍କ ଅଧିଷ୍ଠିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତତ ପରେ ବେଦମନ୍ତ୍ର ପାଠ ସହ ନୂତନ ଭାବେ ସ୍ଥାପିତ କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା। ଏହା ପରେ କବିବରଙ୍କ ସ୍ମୃତିରେ “ରାଧାନାଥଙ୍କ ପାଇଁ ଗଛଟିଏ” ଆଧାରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । ଏହାପରେ ‘ଭାରତଗୀତିକା’ ଗାନ ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵର ଶ୍ରୀ ହେମନ୍ତ କୁମାର ସିଂହଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କବିବରଙ୍କ ରଚିତ କବିତା ପାଠ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ରାଧାନାଥଙ୍କ ଭୂମିକା ଓ ପୂଜ୍ୟପୂଜା ସଂସ୍କୃତିର ଉପଯୁକ୍ତ ରୂପାୟନ ନିମନ୍ତେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ଉଲ୍ଲେଖ କରିଥିଲେ । ବରେଣ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ରାଧାନାଥ ରାୟଙ୍କ ଚେୟାର ସ୍ଥାପନ ନିମନ୍ତେ ପ୍ରଚେଷ୍ଟା କରାଯିବା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା, ସୋର ପଞ୍ଚାୟତ ସମିତି ଶ୍ରୀମତୀ ଅନସୂୟା ମଲ୍ଲିକ ରାଧାନାଥ ରାୟଙ୍କ ଜନ୍ମପୀଠର ସୌନ୍ଦର୍ଯ୍ୟକରଣ, ଜିଲ୍ଲା ପରିଷଦ ସଦସ୍ୟ, ୪୫ ନଂ ଜୋନ ଶ୍ରୀଯୁକ୍ତ ଜୟରାମ ଦାସ ରାଧାନାଥଙ୍କ ନାମରେ ଶିକ୍ଷାନୁଷ୍ଠାନର ନାମକରଣ ତଥା ଜନ୍ମପୀଠର ଉତ୍ତରୋତ୍ତର ବିକାଶ, ସରପଞ୍ଚ, କେଦାରପୁର ଗ୍ରାମ ପଞ୍ଚାୟତ ଶ୍ରୀମତୀ ସୁପ୍ରିୟା ଜେନା ପୂଜ୍ୟପୂଜା ପରମ୍ପରାର ରକ୍ଷା, ସମିତି ସଭ୍ୟ, କେଦାରପୁର ଗ୍ରାମ ପଞ୍ଚାୟତ ରାଜେଶ କୁମାର ନାୟକ ଜନ୍ମପୀଠର ବିକାଶ ଏବଂ କବିବର ରାଧାନାଥ ସ୍ମୃତି ସଂସଦର ସମ୍ପାଦକ ଶୁଭେନ୍ଦୁ କୁମାର ରାୟ ରାଧାନାଥଙ୍କର ଜନ୍ମପୀଠର ଇତିବୃତ୍ତି ସମ୍ପର୍କରେ ଧାରଣା ଓ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ସମ୍ପର୍କରେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵର ଶ୍ରୀ ହେମନ୍ତ କୁମାର ସିଂହ ସଭାପତିୟ ଅଭିଭାଷଣରେ ଓଡ଼ିଆ ଭାଷା ବିକାଶରେ ଅବିଭକ୍ତ ବାଲେଶ୍ଵରର ଯୋଗଦାନ ତଥା ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପ୍ରୀତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ସ୍ଵାଗତ ଅଭିଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୋର ସତ୍ୟନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟିକ, କଳାକାର ଏବଂ ସ୍ଥାନୀୟ ବାସିନ୍ଦାମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଆୟୋଜନରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସୋର ଶ୍ରୀମତୀ ଜିନାରାଣୀ ପାଢୀ ଓ ସୋର ପଞ୍ଚାୟତ ସମିତିର କର୍ମଚାରୀମାନେ ଏବଂ କବିବର ରାଧାନାଥ ସ୍ମୃତି ସଂସଦର ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ଵନାଥ ଘୋଷ, ଡ. ସତ୍ୟନାରାୟଣ ପଣ୍ଡା, ଗୌରାଙ୍ଗ ମହାପାତ୍ର, ଉପ-ସଭାପତି ଶଙ୍କର୍ଷଣ ନାୟକ, କାର୍ଯ୍ୟକାରୀ ସଭାପତି ଅନିରୁଦ୍ଧ ରାଉତ, ଗଙ୍ଗାଧର ପାଢୀ, ଉପଦେଷ୍ଟା ଉଦ୍ଧବ ଚରଣ ବିଶ୍ଵାଳଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟ। ମାନେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.