ଖଡଗପୁର ଡିଭିଜନ ରେଲୱେରେ ପାର୍ଶଲ୍ ଭେଣ୍ଡର୍ ବୈଠକ ଅନୁଷ୍ଠିତ: ରେଲୱେ ଲଜିଷ୍ଟିକ୍ସକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସିନିଅର୍ ଡିଭିଜନାଲ୍ କମର୍ଶିଆଲ୍ ମ୍ୟାନେଜର, ଖଡଗପୁରଙ୍କ କାର୍ଯ୍ୟାଳୟ କକ୍ଷରେ, ଶ୍ରୀ ନିଶାନ୍ତ କୁମାର, ସିନିଅର ଡିସିଏମ/କେଜିପିଙ୍କ ଅଧ୍ୟକ୍ଷତାରେ ପାଶଲ୍ ଭେଣ୍ଡରମାନଙ୍କର ଏକ ବୈଠକ ଆୟୋଜିତ ହୋଇଯାଇଛି।

ଏହି ବୈଠକରେ ସିନିଅର ଡିସିଏମ (ସିଓ)/କେଜିପି, ଏସିଏମ୍, କମର୍ଶିଆଲ୍ ଇନ୍ସପେକ୍ଟର୍, ଚିଫ୍ ପାର୍ଶଲ୍ ସୁପରଭାଇଜର୍, ପାର୍ଶଲ୍ ବ୍ୟବସାୟୀ, ଲିଜ୍ ହୋଲଡର୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେକ୍ ହୋଲଡର୍ ମାନେ ଅଂଶଗ୍ରହଣ କରିଥିଲେ।

ଅଧିକାରୀମାନେ ପାର୍ଶଲ୍ ବ୍ୟବସାୟୀ, ଏଗ୍ରିଗେଟର୍, ଲିଜ୍ ହୋଲ୍ଡର୍ ଓ ବ୍ୟବସାୟୀ ସଂଗଠନ ସହିତ ପାର୍ଶଲ୍ ସଞ୍ଚାଳନ, ଗ୍ରାହକ ସୁବିଧା, ପାଶଲ୍ ସ୍ଥାନର ସଦୁପଯୋଗ ମାଧ୍ୟମରେ ରାଜସ୍ଵ ବୃଦ୍ଧି ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ସହଭାଗୀମାନଙ୍କୁ ବୁକିଂ ପ୍ରକ୍ରିୟା, ହ୍ୟାଣ୍ଡଲିଂ ସୁବିଧା ଓ ସୁଧାର କ୍ଷେତ୍ରରେ ପ୍ରସ୍ତାବ ରଖିବାକୁ ଆମନ୍ତ୍ରିତ କରାଯାଇଥିଲା।

ଶ୍ରୀ ନିଶାନ୍ତ କୁମାର, ସିନିଅର ଡିସିଏମ୍ /କେଜିପି, ପାର୍ଶଲ୍ ଏଗ୍ରିଗେଟର୍, ଏମଏସଏମଇ, ଇ-କମର୍ସ କମ୍ପାନୀ ଓ ସ୍ଥାନୀୟ ବ୍ୟବସାୟୀ ସହିତ ସହଯୋଗକୁ ମଜବୁତ କରିବାର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରି ଭାରତୀୟ ରେଳକୁ ସବୁଠୁ ଶସ୍ତା ଓ ବିଶ୍ୱସନୀୟ ପରିବହନ ମାଧ୍ୟମ ବୋଲି କହିଥିଲେ। ଏଥିସହ ସେବା କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୂତନ ପ୍ରସ୍ତାବ ଆଣିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ସଭା ଶେଷରେ ଗଠନମୂଳକ ଚର୍ଚ୍ଚା ସହିତ ଏକ ସାମୂହିକ ପ୍ରତିବଦ୍ଧତା ମାଧ୍ୟମରେ ପାର୍ଶଲ୍ ସେବାକୁ ଅଧିକ ଗ୍ରାହକାନୁକୂଳ, ପ୍ରତିସ୍ପର୍ଦ୍ଧାତ୍ମକ ଓ ରେଲୱେ ପାଇଁ ରେଭେନ୍ୟୁ-ସୃଜନକାରୀ ମାଧ୍ୟମ କରାଯିବାକୁ ଆହ୍ଵାନ ଦିଆ ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.