ହାତୀ ଭାଙ୍ଗିଲେ ଘର, ଅସହାୟ ୨ ପରିବାର: ସହାୟତାର ହାତ ବଢାଇଲେ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ ଦୁଇଟି ପରିବାରର ଦୁଇଟି ଘରକୁ ହାତୀପଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇ ରାସନ ସାମଗ୍ରୀ ସହିତ ଆସବାବପତ୍ର ନଷ୍ଟ କରି ଦେଇଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ କୌଣସି ସହାୟତା ମିଳିପାରିନାହିଁ। ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ସାମ୍ବାଦିକ ସମୂହ ପକ୍ଷରୁ ସାମ୍ବାଦିକ ସୁଶାନ୍ତ ମାଝୀ, ଦିଲ୍ଲୀପ ନାଏକ, ମନୋଜ ଦୋରା, ତୁଳସୀ ରାମ ପ୍ରଧାନୀ, ସାଗର ବେନାଲ, ପ୍ରଦାନ ମାଝୀ, ଦେବାନନ୍ଦ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରର ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ତେବେ ଉକ୍ତ ଅଞ୍ଚଳରେ ଏତେ ବଡ଼ ଅଘଟଣରୁ ଦୁଇ ପରିବାର ଅଳ୍ପକେ ବର୍ତ୍ତୀଯାଇଥିଲେ ସୁଦ୍ଧା ଘଟଣା ସ୍ଥଳକୁ କୌଣସି ରାଜ ନେତା କିମ୍ବା ପ୍ରଶାସନ ଆସିନାହାନ୍ତି ବୋଲି ଦୁଇ ପରିବାର ଲୋକେ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଥିବା ଉକ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.