ବେନଗାଁ ଚିକିତ୍ସାଳୟରେ ବିକାଶ ସାମ୍ମୁଖ୍ୟସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ସରକାରଙ୍କ ପ୍ରଚାର ପ୍ରଶାରର ଅଭାବ ହେତୁ ସରକାର ସ୍ତର ହେଉ ଅବା ବେସରକାରୀ ସ୍ତର ହେଉ ସମସ୍ତ ପ୍ରକାର ବିକାଶ ମୁଖି ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ। ଏଭଳି ବିକାଶ ମୁଖି ଯୋଜନା କିଭଳି ଭାବରେ ଜନତାଙ୍କ ଦରବାରରେ ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଆପଣାଉଛନ୍ତି। ସୂଚନାଯୋଗ୍ୟ ଯେ ସେବାଜଗତ ସଂସ୍ଥା ତରଫରୁ ବେନଗାଁ ଡାକ୍ତରଖାନା ଠାରେ ଶଙ୍କର ସୁନାଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ଉପାନ୍ତ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନର ସୁବିଧା ହୋଇପାରିବ ତାହା ନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବେନଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ପୁରାଣା ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ସୁଶ୍ରୀ ଫୁଲମେ ମାଝୀ ଯୋଗଦେଇଥିଲେ।ଉକ୍ତ ସଭାକୁ କର୍ଣ୍ଣ ସାହୁ ପରିଚାଳନା କରିଥିବାବେଳେ ବେନଗାଁ ଡାକ୍ତରଖାନାର ଡକ୍ଟର ସଚିଦାନନ୍ଦ ସେନାପତି,ଏମବିବିଏସ୍ ବିବେକ ସାହୁ,ଆଦର୍ଶ ପାତ୍ର,ମହିନ୍ଦ୍ର ଗହୀରଙ୍କ ସମେତ ବେନଗାଁ ଡାକ୍ତର ଖାନା ପାରିପାର୍ଷିକ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିଲେ। ସଭା ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.