ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ମା’ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା କନ୍ଧ ବ୍ରାହ୍ମଣୀ ଗାଁର ନିଖୋଜ ଯୁବକ ବଳଦେବ ବାଗ (୩୩)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଗାଁ ପାଖର ଏକ ଗଛରେ ବଳଦେବଙ୍କ ମୃତଦେହ ଝୁଲି ରହିଥିବାଦେଖି ଗ୍ରାମବାସୀ ନର୍ଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଇଥିଲେ। ସୂଚନା ଅନୁସାରେ ଗତ ୬ ତାରିଖ ଦିନ ବଳଦେବ ନିଖୋଜ ଥିବାନେଇ ଥାନାରେ ଏତଲା ହୋଇଥିଲା। ଗତ ୧୦ ତାରିଖ ଦିନ ସକାଳୁ ଗାଁର ଏକ ଗଛରେ ତାଙ୍କ ମୃତଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଶବ ଉଦ୍ଧାର ସମୟରେ ମାଜିଷ୍ଟ୍ରେଟ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ମୃତ ଯୁବକଙ୍କ ମା’ ପୁଅକୁ ହତ୍ୟା କରାଯାଇଛି, ତେଣୁ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ନର୍ଲା ଥାନାଧିକାରୀ ବିଜୟରାଜ ମାଝୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.