ପରିବା ବ୍ୟବସାୟ ପାଇଁ ରାୟଗଡ଼ା ପୌର ପରିଷଦ ଦ୍ଵାରା ସ୍ଥାନ ଚିହ୍ନଟ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ନୂତନ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଫ୍ଲାଏ ଓଭର ବ୍ରିଜ୍ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଖୁବଶିଘ୍ର ଜାତୀୟ ରାଜପଥ ବିଭାଗ ଦ୍ଵାରା ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ସେଥିପାଇଁ ଓଭର ବ୍ରିଜ୍ ତଳେ କୌଣସି ପ୍ରକାର ବ୍ୟବସାୟ ନ କରିବା ପାଇଁ ଉଠା ଦୋକାନୀ ମାନଙ୍କୁ ପୌର ପରିଷଦ ଦ୍ଵାରା ଅବଗତ କରାଯାଇଛି ଏବଂ ସେମାନଙ୍କ ସୁବିଧା ତଥା ଜୀବିକା ବଜାୟ ରଖିବା ପାଇଁ ରାୟଗଡ଼ା ପୌର ପରିଷଦ ଦ୍ବାରା ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି ଯଥା ୧.ଆର୍.କେ ନଗର ଠାରୁ କେନ୍ଦ୍ରୀୟ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଭାଗରେ ଥିବା ଖାଲି ସ୍ଥାନ ଏବଂ ୨.ବହୁ ପୂର୍ବରୁ ନିର୍ମିତ କସ୍ତୁରୀ ନଗର ମାର୍କେଟ କମ୍ପ୍ଲେକ୍ସ ଯାହାକୁ ପରିବା ବିକ୍ରି କରିବା ପାଇଁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ଅଛି । ଏଥି ସହିତ ନିୟନ୍ତ୍ରିତ ବଜାର କମିଟି (RMC Yard) ଠାରେ ମଧ୍ୟ ପରିବା ବିକ୍ରୟ କରିବା ପାଇଁ ଆବଶ୍ଯକୀୟ ବ୍ୟବସ୍ଥା କରାଯାଇ ଅଛି । ପରିଷଦ ଦ୍ଵାରା ଚିହ୍ନଟ କରାଯାଇ ଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ସମସ୍ତ ପରିବା ବ୍ୟବସାୟୀ ନିଜର ଦୈନଦିନ ବ୍ୟବସାୟ ଆରମ୍ଭ କରିବା ପାଇଁ ତଥା ଓଭର ବ୍ରିଜ୍ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ସହଯୋଗ କରିବା ପାଇଁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଳଦୀପ କୁମାର ସମସ୍ତ ଜନ ସାଧାରଣ ତଥା ପରିବା ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.