ବାଲେଶ୍ବର ଜିଲ୍ଲାରେ ଅନୁଷ୍ଠିତ ହେଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିମନ୍ତେ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଦ୍ମାବତୀ ଜଳ ଉଦ୍ୟାନ ସଭାଗୃହ ଠାରେ ସୋରୋ ଓ ନୀଳଗିରି ବ୍ଳକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ବାଲେଶ୍ଵର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ ଓ ଶ୍ରୀ ଅବନୀ କାନ୍ତ ଭୂୟାଁ, ଜିପିଓ, ଓଏସଜିଏମ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରତିବର୍ଷ ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ୁଛି। ବାଲେଶ୍ବର ଜିଲ୍ଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସଫଳତାର ସାମ୍ନା ମଧ୍ୟ କରୁଛି। ତେଣୁ ସମନ୍ଵୟ ରକ୍ଷା କାର୍ଯ୍ୟ କଲେ ନିଶ୍ଚିତ ଭାବେ ବିପର୍ଯ୍ୟୟ ମୁକାବିଳା ସଫଳ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା କହିଥିଲେ। ଏହି ପ୍ରଶିକ୍ଷଣରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ପି.ଇ.ଓ.ମାନଙ୍କୁ ବିଭିନ୍ନ ପ୍ରକାର ବିପଦ ସମୟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସତର୍କତା, ପ୍ରାୟୋଗିକ ପଦକ୍ଷେପ ଓ ସରକାରୀ ସମନ୍ବୟ ପ୍ରକ୍ରିୟା ବିଷୟରେ ପରାମର୍ଶ ଦେଇଥିଲେ। ନିବାସୀୟ ପ୍ରଶିକ୍ଷଣରେ ପି.ଇ.ଓ.ମାନେ ବିପଦ ସମୟରେ ଜନସାଧାରଣଙ୍କୁ ସୁରକ୍ଷାରେ ରଖିବା, ସମୟୋଚିତ ସହାୟତା ପହଞ୍ଚାଇବା ଓ ସରକାରୀ ସମନ୍ଵୟକାରୀ ଭାବେ କାର୍ଯ୍ୟ କରିବା ବିଷୟରେ ତୃଣମୂଳ ସ୍ତରୀୟ ଜ୍ଞାନ ଲାଭ କରୁଛନ୍ତି ବୋଲି ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ରାଜେଶ ମତବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ଓଏସଡିଏମ ତରଫରୁ ଯୋଗ ଦେଇଥିବା ଚାରି ଜଣ ପ୍ରଶିକ୍ଷକ ଶ୍ରୀ ଆନନ୍ଦ କୁମାର ବେହେରା, ଶ୍ରୀ ପ୍ରଦୀପ କୁମାର ଜେନା, ଶ୍ରୀ ଶିଶିର ଦାଶ, ଶ୍ରୀ ତ୍ରିଲୋଚନ ଗିରି ପ୍ରଶିକ୍ଷଣ ଦେଇଥିଲେ । ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.