ନୂତନ ପୂର୍ବାଞ୍ଚଳ ଡିଆଇଜିଙ୍କୁ ସହରର ଆଇନଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ନେଇ ସୌଜନ୍ୟ ମୂଳକ ସାକ୍ଷାତ କଲେ ଯୁବନେତା ସିମନ ଦାସ ମହାପାତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୂର୍ବାଞ୍ଚଳ ପୋଲିସ ଡିଆଇଜି ପିନାକ ମିଶ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଯୁବନେତା ସୀମନ ଦାସ ମହାପାତ୍ର। ଏହି ସାକ୍ଷାତକାର ବେଳେ ଡ଼ିଆଇଜିଙ୍କୁ ବାଲେଶ୍ୱରକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ଶ୍ରୀ ଦାସ ମହାପାତ୍ର ସହରର ଏବଂ ଜ଼ିଲ୍ଲାର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ କରି ବାଲେଶ୍ୱରରେ ଉପୁଜିଥିବା ଟ୍ରାଫିକ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ନୂତନ ଡିଆଇଜି ଭାବେ ବାଲେଶ୍ଵରରେ ଯୋଗଦାନ କରିବା ପରେ ତାଙ୍କୁ ଏସବୁ ସମସ୍ୟା ବିଷୟରେ କେହି ଅବଗତ କରାଇନଥିବା ବେଳେ ଯୁବନେତାଙ୍କ ସହ ଆଲୋଚନା ପରେ ଡିଆଇଜି ଏସବୁକୁ ଗୁରତର ସହ ନେଇ ଆଗାମୀ ଦିନରେ ଯଥାଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସାକ୍ଷାତ ସମୟରେ ଛାତ୍ରନେତା ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଓମପ୍ରକାଶ ମହାପାତ୍ର, ଛାତ୍ର ନେତା ସୁଶୀଲ ପଣ୍ଡା, ବିଜୟ ଜେନା, ଶିବ ଶଙ୍କର ଦାସ, ଶୁଭମ ନାୟକ, ଜଗଦୀଶ ଆଚାର୍ଯ୍ୟ, ଗଜେନ୍ଦ୍ର ନାୟକ, ଜାକବ ସିଂ, ହର୍ଷ ଖଣ୍ଡେଲୱାଲ, ହରିଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.