ଅବସରପ୍ରାପ୍ତ ବାୟୁସେନା ସର୍ଜେଣ୍ଟଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଟକ: କଟକ, ବୟାଳିଶ ମୌଜା ସ୍ଥିତ ପଟଣା ନିବାସୀ ଅବସରପ୍ରାପ୍ତ ବାୟୁସେନା ସର୍ଜେଣ୍ଟ ପ୍ରମୋଦ କୁମାର ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାୟୁସେନା ବିଭାଗରୁ ଅବସର ପରେ ସେ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ମମତା ଦାସ, ଭାଇ ସନ୍ତୋଷ ଦାସ, ଜ୍ୟୋତି ରଞ୍ଜନ ଦାସ, ଉତ୍କଳ ଦାସ, ଦିପ୍ତୀରଂଜନ ଦାସ, ଅସୀମ ଦାସ, ପୁତ୍ର ଦେବାଶିଷ ଦାସ, ଆରୋସିସ ଦାସ, ଅଭିଷେକ ଦାସ, ପରିବାରର ସମସ୍ତ ସଦସ୍ୟ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି, ସ୍ଥାନୀୟ ସରପଞ୍ଚ ଶିଶିର ରାଉତ, ସମିତି ସଭ୍ୟ ଜୟନ୍ତ ଦାସ, ୪୨ମୌଜା ବିଜେପି ମଣ୍ଡଳ ସଭାପତି ସୁଧାଂଶୁ ନାରାୟଣ ଦାସ, ଯାଦବ ସଭାପତି ବୁଲେଇ ବେହେରା, ବିଧାୟକଙ୍କ ପ୍ରତିନିଧି ପ୍ରବେଶ ରାଉତ, ଆତ୍ମା ଚେୟାରମ୍ୟାନ ରମା ପ୍ରସାଦ ବିଶ୍ୱାଳ, ପ୍ରଭାତ କୁମାର ଦେବତା, କ୍ଷୀରୋଦ ମୁଦୁଲି, ରସାନନ୍ଦ ବେହେରା, ଯଶୋବନ୍ତ ପତି, ଅମିତାଭ ବିଶ୍ୱାଳ, ରାମଚନ୍ଦ୍ର ଲେଙ୍କା, ରବୀନ୍ଦ୍ର ଦେବତା, ଗ୍ରାମ ମୁରବୀ ନାରାୟଣ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ବେହେରା, ମହେଶ୍ୱର ବେହେରା, ଗୋବନ୍ଦ ଚନ୍ଦ୍ର ମହାନ୍ତି, ଯଚିନ୍ଦ୍ର ବେହେରା, ଶୁକଦେବ ମହାରଣା, ଅର୍ଜୁନ ବେହେରା, ନକୁଳ ବେହେରା, ରୁଦ୍ର ନାରାୟଣ ଦାସ, ନଟ ବେହେରା, ଆଶିଷ ମହାନ୍ତି, ପ୍ରହ୍ଲାଦ ବାରିକ ଓ ଗ୍ରାମ ଯୁବକ ମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଅଛି। ଜ୍ୟେଷ୍ଠ ପୁତ୍ର ଦେବାଶିଷ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟରେ ସେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.