ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ୧୯୮୯ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ଅଦ୍ୟାବଧି ୩୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିସାରିଛନ୍ତି। ବିଦ୍ୟାଳୟ ଅନେକ ପୁରାତନ ଛାତ୍ର ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହେବା ସହ ଜାତୀୟସ୍ତରରେ ସ୍ଵୀକୃତିପ୍ରାପ୍ତ ହୋଇପାରିଛନ୍ତି। ଏଥିରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଡିଲେଶ୍ୱର ରଣା, ସମାଜସେବୀ ସୁଶାନ୍ତ ସେନାପତି, ସେବାନିବୃତ୍ତ ସେନା ଅଧିକାରୀ ଭୂପେନ୍ଦ୍ର ଦୀପ, ଯଶୋବନ୍ତ ସାହୁ, ତେଜରାଜ ସାହୁ, ଦୁର୍ଗା ସାହୁ, କୁମୁଦ ସାହୁ, ସୁରେଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଅଜିତ ଭୋଇ, ଦେବେନ୍ଦ୍ର ସାହୁ ପ୍ରମୁଖ ପୁରାତନ ଛାତ୍ର ସମେତ ଶିକ୍ଷକ ସୁଦାମ ମିଶ୍ର, ବିଜୟ ସାହୁ, ଚନ୍ଦ୍ରଶେଖର ବେହେରା, ରାଧାକାନ୍ତ ସେନାପତି, ବିକ୍ରମ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ।





