କେଓମାଲ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ କେଓମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଇଜ୍, ସୁନ୍ଦର୍ ହସ୍ତାକ୍ଷର ଲିଖନ, ସୃଜନ ଲିଖନ, ବକ୍ତୃତା, ରଚନା, ପିଏମ ପୋଷଣ ଇତ୍ୟାଦି ସମ୍ପର୍କରେ ପ୍ରତିଯୋଗୀତା ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଡାଲଖାଇ, ନୂଆଁଖାଇ, ରସରକେଲି ଆଦି ଲୋକ ସଂସ୍କୃତିକୁ ପାଥେୟକରି ନୃତ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ଦର୍ଶକମାନେ ଛାତ୍ରଛାତ୍ରୀଙ୍କ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ । କଳା ଶିକ୍ଷକ ସୁଶାନ୍ତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଞ୍ଜୀବ କୁମାର ପ୍ରଧାନ, ନରସିଂ ସ୍ବାମୀ ନାଇଡୁ ବିଚାରକ ରହିଥିଲେ । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଅନ୍ୱେଷଣ କରି ବିକାଶର ପଥ ପ୍ରଶସ୍ତ କରିବା ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ | ବରିଷ୍ଠ ଶିକ୍ଷକ ଦୟାସାଗର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଆସନ୍ତା ୯ ରୁ ୧୩ ତାରିଖ ମଧ୍ୟରେ ହେବାକୁ ଥିବା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.