ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ଆନୁକୂଲ୍ୟରେ ବରିଷ୍ଠ ଗାଳ୍ପିକ ପ୍ରଦୀପ ଚାଟ୍ଟାର୍ଜୀ (ଶ୍ରୀପ୍ରଦୀପ)ଙ୍କ ଗଳ୍ପ ସଂକଳନ ‘ସଂପର୍କ ମଧୁପର୍କ’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଯୁବ ଗାଳ୍ପିକ ସଂଜୟ କୁମାର ପଣ୍ଡା, ଅଧ୍ୟାପିକା ଡକ୍ଟର ଦୀପିକା ସେନାପତି ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ଗବେଷକ ବବୁଲୁ ପଧାନ ଏଥିରେ ସମୀକ୍ଷକ ଭାବେ ଯୋଗ ଦେଇ ପୁସ୍ତକଟି ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ଗଳ୍ପ ସଂକଳନଟିରେ ଓଡ଼ିଆ ସଂସ୍କୃତି, ପରମ୍ପରା, ଦର୍ଶନ ଇତ୍ୟାଦି ପରିଲକ୍ଷିତ ହେବା ସହ ସାମ୍ୟବାଦ, ବିଶ୍ଵ ଭ୍ରାତୃତ୍ୱ ଓ ମୈତ୍ରୀକୁ ନେଇ ଗଳ୍ପଗୁଡ଼ିକ ଗତିଶୀଳ ହୋଇଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।ଗାଳ୍ପିକ ପ୍ରଦୀପ ଚାଟ୍ଟାର୍ଜୀ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍ ବକ୍ତବ୍ୟ ରଖିଥିଲେ। ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ ଓ ଅନ୍ୟତମ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉନ୍ମୋଚନ ଆସରରେ ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ରାଉତ, ନିବାରଣ ଜେନା, ତପନ ରାୟ, ଦୀପକ ବୋଷ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ଡକ୍ଟର ରମାକାନ୍ତ ନାୟକ, ହେମେନ୍ଦ୍ର ମହାପାତ୍ର, ଶରତ କୁମାର ମହାପାତ୍ର, ବିଜୟ କୁମାର ମହାନ୍ତି, ରଂଜନ ବାଗ, କରୁଣାକର ସ, ଊର୍ମିଳା ନାୟକ, ଜ୍ୟୋତ୍ସ୍ନା ରାୟ, କବିତା ଜେନା, କଲ୍ୟାଣୀ ନନ୍ଦ, ପ୍ରଫୁଲ୍ଲ କୁମାର ଦାସ, ରାଜେନ୍ଦ୍ରନାଥ ରାଉତ, ଡ. ଲକ୍ଷ୍ମଣ ବିଶ୍ଵାଳ, ଡକ୍ଟର ସୁକାନ୍ତ ଗିରି, ରାଜେଶ ଗିରି, ବିଦ୍ୟାଧର ସାହୁ, ବେଣୁଧର ସାହୁ, ଡକ୍ଟର ସମରବଲ୍ଲଭ ଭୋଇ, ପୁଷ୍ପଲତା ଚକ୍ରବର୍ତ୍ତୀ, ଶକ୍ତି ବିଶି, ଦିଲ୍ଲୀପ ଚକ୍ରବର୍ତ୍ତୀ, ତୃପ୍ତିରାଣୀ ପାତ୍ର, କୃଷ୍ଣା ପ୍ରଧାନ, ପୀତାମ୍ବର ଦାସ, ଗୌରୀଶଙ୍କର ସାହାଣୀ, ମାମିନା ମହାପାତ୍ର, ଦେବାଶିଷ ସିଂହ, ଲକ୍ଷ୍ମୀକାନ୍ତ ବେହେରା, ମମତା ଦାସ ପ୍ରମୁଖ ସାହିତ୍ୟିକ ଓ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ ।





