ପୋଖରୀବନ୍ଧ ପଞ୍ଚାୟତର ୧୭ ଖଣ୍ଡ ଗ୍ରାମବାସୀଙ୍କ ବୈଠକ: ୨୨ରେ ହେବ ରାସ୍ତା ପାଇଁ ରାସ୍ତାରୋକ

ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ପରେ ବି ଫଳ ଶୁନ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ୧୭ଗୋଟି ଗାଁର ଲୋକେ ରାସ୍ତା ଖଣ୍ଡିକ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳୁ ଉପର ଯାଏଁ ସମସ୍ତଙ୍କୁ ଗୁହାରି କରି କରି ଥକିଗଲେଣି। କେହି ଶୁଣୁନାହାନ୍ତି। ଶେଷରେ ଅନ୍ୟ ଉପାୟ ନପାଇଁ ନେଇଛନ୍ତି ଚରମ ନିଷ୍ପତ୍ତି । ରାସ୍ତା ପାଇଁ ଆସନ୍ତା ୨୨ ତାରିଖ ଦିନ କରିବେ ରାସ୍ତାରୋକ। ଏଥିପାଇଁ ଗାଁ ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ଏପରିକି ୭କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବା ବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡ଼ିଛି।ଏହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ,କଳାହାଣ୍ଡି ଜିଲ୍ଲାପାଳ,ଏସପି,ଲାଞ୍ଜିଗଡ଼ ତହସିଲଦାର ଓ ଲାଞ୍ଜିଗଡ଼ ବିଡିଓଙ୍କୁ ଲିଖିତ ଅଭିଯୋଗ ପରେବି କୌଣସି ସୁଫଳ ମିଳିଲାନାହିଁ। ଏହାକୁ ନେଇ ପୋଖରୀବନ୍ଧ ପଞ୍ଚାୟତର ୧୭ ଖଣ୍ଡ ଗାଁ ଲୋକଙ୍କୁ ନେଇ ପଞ୍ଚାୟତର ବିନାୟକପୁର ଠାରେ ଏକ ବୈଠକ ଅନୁଷ୍ଠିତ କରି ଚରମ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ ତାରିଖ ସମବାର ଦିନ ରାଜ୍ୟ ୬ନଂ ରାଜପଥକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଏହି ଅଞ୍ଚଳବାସୀ।ସୂଚନା ଯୋଗ୍ୟ ଯେ,ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଟେଣ୍ଡର ନେଇଥିବା ଠିକାଦାର ନିଜର ୫ ବର୍ଷ ଅବଧି ମଧ୍ୟରେ ରକ୍ଷଣାବେକ୍ଷଣ ତ ଦୂରର କଥା ଏହାର ସାମାନ୍ୟ ମରାମତି ମଧ୍ୟ କଲେ ନାହିଁ। ଫଳରେ ରାସ୍ତା ନିର୍ମାଣ ହେବାର ବର୍ଷକ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ସେହିଦିନଠୁ ଆଜିକୁ ୬ବର୍ଷ ହେଲା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡ଼ିଛି। ଏପରିକି ୭କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବା ବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡ଼ିଛି।ରାସ୍ତା ସମସ୍ୟା ନେଇ ଗତ ଜୁନ୍ ୬ ତାରିଖ ଓ ଜୁଲାଇ ୨୧ ତାରିଖରେ ଜିଲ୍ଲାପାଳଙ୍କୁ ଲୋକେ ଦାବିପତ୍ର ଦେଇଥିଲେ। ଆଜି ପର୍ଯ୍ୟନ୍ତ କୌଣସି ଲାଭ ହେଲା ନାହିଁ। ଏହି ପରିପ୍ରେକ୍ଷୀରେ ଗତ ୧୨ ତାରିଖରେ ଅଞ୍ଚଳର ଶତାଧିକ ଲୋକେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଲାଞ୍ଜିଗଡ଼ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ନୀଳାମ୍ବର ଜାନୀ ଓ ବିଶ୍ଵନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଗତ ୧୭ ତାରିଖରେ କଳାହାଣ୍ଡି ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ନିରବ ସାଜିଥିବା ଯୋଗୁଁ ଆଜି ପୋଖରୀବନ୍ଧ ପଞ୍ଚାୟତର ୧୭ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ବିନାୟକପୁର ଠାରେ ଏକ ବୈଠକ କରି ଚରମ ନିଷ୍ପତ୍ତି ନେଇଛନ୍ତି।ଆସନ୍ତା ୨୨ ତାରିଖ ସମବାର ଦିନ ଭବାନୀପାଟଣା- ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରାଯିବ ବୋଲି ପୋଖରୀବନ୍ଧ ପଞ୍ଚାୟତର ୧୭ ଗୋଟି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.