ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଉଥିବା ସେବା ପକ୍ଷ ପରିପ୍ରେକ୍ଷୀରେ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପରଶୁରାମ ମହାବିଦ୍ୟାଳୟ ପରିସରରେ ଆୟୋଜିତ “ମାଗଣା ସ୍ବାସ୍ଥ୍ୟ ଶିବିର”ରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚନ୍ଦନ, ବ୍ଲୁ ହୁଇଲ ହସ୍ପିଟାଲର ନିର୍ଦ୍ଧେଶିକା ଡ଼ଃ ସୁଦେଷ୍ଣା ହରିଚନ୍ଦନ, ଉପାଧ୍ୟକ୍ଷ ଡ଼ାଃ ସନ୍ଦୀପ ଦାସ ଯୋଗଦେଇ ସ୍ବାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ଆଖପାଖ ଅଞ୍ଚଳର ହଜାରରୁ ଅଧିକ ଜନସାଧାରଣ ଯୋଗଦେଇ ସେଠାରେ ଉପସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ପାଖରେ ମାଗଣାରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ଭାଜପା ରାଜ୍ୟ ପରିଷଦ ସଭ୍ୟ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମାଧବ ଦଳାଇ, ବରିଷ୍ଠ ବିଜେପି ନେତା ଶ୍ରୀ ରମେଶ ଚନ୍ଦ୍ର ସାମନ୍ତସିଂହାର, ଶ୍ରୀ ସୌମ୍ୟରଞ୍ଜନ ସାମନ୍ତସିଂହାର, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ତପନ ପ୍ରଧାନ, ସିଦ୍ଧେଶ୍ବରୀ ମଣ୍ଡଳ ଭାଜପା ସଭାପତି ଶ୍ରୀ ଦୀପ୍ତିରଞ୍ଜନ ଦାସଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।




