ଆଇନ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଣପୁରରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି ଆରାଧ୍ୟ ଦେବୀ, ଆଦିଶକ୍ତି ମା’ ଭଗବତୀଙ୍କ ଶାରଦୀୟ ଦୁର୍ଗୋତ୍ସବ। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଆଜି ପ୍ରଭାତରେ ମା’ ଭଗବତୀଙ୍କୁ ଦର୍ଶନ କରିଥିଲେ, ଏହାପରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କୁ ଦର୍ଶନ କରିଥିଲେ। ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଚ଼ିଲିକା ବିଧାନସଭା କ୍ଷେତ୍ର ସ୍ଥିତ ବଡ଼କୂଳ ଗ୍ରା:ପ ଅନ୍ତର୍ଗତ ଗବପଦରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ବର ଦେବଙ୍କ ପୀଠ ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘର ସଭାଗୃହର‌ ଭିତ୍ତିପ୍ରସ୍ତର ସ୍ଥାପନ ଓ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬୬୮.୬୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ‘NH-5 ସାମନ୍ତସିଂହାରପୁର କାଲୁରୀ ଓ ଗଙ୍ଗାଧରପୁର ଠାରୁ କୁମାଣ୍ଡୋଳପାଟଣା ରାସ୍ତାର ଉନ୍ନତିକରଣ’ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ବଡ଼କୂଳ ଗ୍ରାମ‌ ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରହ୍ଲାଦ ବେହେରା, ୬ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.