ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବହୁଜନ ସମାଜ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟଳୟ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ସରୋଜ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଡ଼ଃ. ଲାଲଜୀ ମେଧାନକର ଜି କେନ୍ଦ୍ରୀୟ ସଂଯୋଜକ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ରାଜ୍ୟ ସଂଯୋଜକ ସୁଧୀର କୁମାର ନାୟକ, ଉପ-ସଭାପତି ବିଭୂତି ମାଝୀ ଯୋଗ ଦେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ମଧୁ ସୁଦନ ଯାଦବ ସଭା ପରିଚାଳନା କରିଥିଲେ । ଦଳର ସାଙ୍ଗଠନିକ କାର୍ଯ୍ୟର ଦୃଢ଼ି କରଣ ପାଇଁ କେନ୍ଦ୍ରୀୟ ସଂଯୋଜକ ସମ୍ମାନନୀୟ ଲାଲଜୀ ମେଧାନକର୍ ଜୀ ରାଜ୍ୟ କମିଟିର ସମ୍ପ୍ରସାରଣ କରିଥିଲେ । ଏହି କମିଟିରେ କଳାହାଣ୍ଡି ଜିଲ୍ଲାରୁ ଯୋଗେଶ୍ୱର ସାଗରଙ୍କୁ ରାଜ୍ୟ ସମ୍ପାଦକ ଭାବରେ ମନୋନୀତ କରି ରାୟଗଡ଼ା ଜୋନ ଭୁକ୍ତ କଳାହାଣ୍ଡି ଜିଲ୍ଲାର ସଂଗଠନ ଦାୟିତ୍ଵ ଅର୍ପଣ କରିଥିଲେ । ଯେଉଁ ଜିଲ୍ଲା ମାନଙ୍କର ଜିଲ୍ଲା କମିଟି ଗଠନ ହୋଇ ନଥିଲା ସେହି ଜିଲ୍ଲା ମାନଙ୍କ କମିଟି ଗଠନ ପାଇଁ ଜିଲ୍ଲା ସଭାପତି ମାନଙ୍କ ନାମ ଘୋଷଣା କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ପାଇଁ ସୋମନାଥ ନାଏକଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ ଯେ, ଜିଲ୍ଲା କମିଟି ଗଠନ କରି ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟିର ସଭ୍ୟ/ସଭ୍ୟା ମାନଙ୍କ ନାମ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିବେ । ତା ସହିତ ଦଳର ସାଙ୍ଗଠନିକ ଦୃଢ଼ ସମ୍ପ୍ରସାରଣ ପାଇଁ ନିର୍ବାଚନ ମଣ୍ଡଳୀ କମିଟି, ବ୍ଲକ କମିଟି, ସେକ୍ଟର କମିଟି, ବୁଥ କମିଟି ଗଠନ କରି ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସଭାପତିଙ୍କ ପାଖରେ ଦାଖଲ କରିବେ । ସୋମନାଥ ନାଏକଙ୍କୁ କଳାହାଣ୍ଡି ଜିଲ୍ଲାର ସଭାପତି ଭାବେ ଘୋଷଣା ପରେ ଜିଲ୍ଲାର ବହୁଜନ ସମାଜ ଏବଂ ଦଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଛି । ସେମାନେ ମତ ପ୍ରକାଶ କରିଛନ୍ତି ଯେ, ସୋମନାଥ ନାଏକ ଜଣେ ବରିଷ୍ଠ ଓ ଦଳର ଅନୁଭୂତି ସମ୍ପନ୍ନ କର୍ମକର୍ତ୍ତା ଥିଲେ, ତେଣୁ ତାଙ୍କ ନେତୃତ୍ୱରେ ଜିଲ୍ଲା ସଂଗଠନ ଆହୁରି ସୁଦୃଢ଼ ହୋଇ ପାରିବ । ନୂତନ ସଭାପତି ଶ୍ରୀ ନାଏକଙ୍କ ନିକଟକୁ ଅଞ୍ଚଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି ।