କଳିଙ୍ଗ କୁସୁମ ଫାଉଣ୍ଡେସନର ଅଭିନବ ପ୍ରୟାସ: ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘କଳିଙ୍ଗ କୁସୁମ ଫାଉଣ୍ଡେସନ’ ଓ ‘ଭାରତ ପେଟ୍ରୋଲିୟମ ଲିମିଟେଡ’ର ମିଳିତ ଆନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଅଣ ସଂକ୍ରାମକ ରୋଗ ପ୍ରତିରୋଧ ପାଇଁ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ସମ୍ପର୍କିତ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ୪୦୦ରୁ ଉର୍ଦ୍ଧ୍ଵ ଲୋକେ ସାମିଲ ହୋଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କଳିଙ୍ଗ କୁସୁମ ଫାଉଣ୍ଡେସନ ତରଫରୁ ଚିନ୍ମୟ ମିଶ୍ର, ନରେଶ ସୁନାନୀ ଓ ଫାର୍ମାସିଷ୍ଟ ମନୀଷ ସାହୁ ପ୍ରମୁଖ ଯୋଗଦେଇ ବିନା ରକ୍ତ ପରୀକ୍ଷାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଓ ପ୍ରାରମ୍ଭିକ ରୋଗ ଚିହ୍ନଟ ପ୍ରକିୟାରେ ଲୋକଙ୍କୁ ପରାମର୍ଶ ସେବା ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ସମେତ ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟି ତରଫରୁ ସଭାପତି ପ୍ରଭାତ ରଞ୍ଜନ ବେହେରା, ହୃଷିକେଶ ବଗର୍ତ୍ତି, ପିଣ୍ଟୁ ପତି, ବିକ୍ରମ ଛତ୍ରିଆ, ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ସଞ୍ଜୀବ କୁମାର ପଣ୍ଡା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.