କଲ୍ୟାଣସିଂହପୁରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମୋହକୁମାରେ ରହିଛି ଏକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର | ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସମଗ୍ର କଲ୍ୟାଣସିଂହପୁର ବ୍ଲକର ୧୪ଗୋଟି ଗ୍ରାମ ପଞ୍ଚାୟତ ର ରୋଗୀ ଙ୍କ ସହ ପୋଡ଼ସୀ କାଶିପୁର ଏବଂ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଓ ଥୁ : ରାମପୁର ବ୍ଲକର ସହ ସହ ରୋଗୀ ନିର୍ଭର କରିଥାନ୍ତି | ଆଜି ଏହି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ କୋରାପୁଟ ଲୋକ ସଭା ସାଂସଦ ର କଲ୍ୟାଣସିଂହପୁର ବ୍ଲକ ପ୍ରତିନିଧି ଶ୍ରୀ କୁମାର ସ୍ୱାମୀ କୌଶଲ୍ୟା ଓ କଲ୍ୟାଣସିଂହପୁର ବ୍ଲକର ତହସିଲଦାର ଶ୍ରୀ ରଞ୍ଜନ କୁମାର ମନସେଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ବିଧାୟକ ପ୍ରତିନିଧି ପ୍ରଶାନ୍ତନନ୍ଦ କୌଶଲ୍ୟା, କଲ୍ୟାଣସିଂହପୁର ବ୍ଲକ ବି ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ବି ମାଧବ ରାଓ, ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି, କଲ୍ୟାଣସିଂହପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ସେଠି,ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଲୋହିତ ସାହୁ ମଞ୍ଚାସିନ ରହିଥିଲେ | ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଅତିରିକ୍ତ ପ୍ରାଥମିକ ଚିକିତ୍ସା ଅଧିକାରୀ ତଥା ଯକ୍ଷ୍ମା ଓ ମ୍ୟାଲେରିଆ ରୋଗ ରାୟଗଡ଼ା ଶ୍ରୀ ପି.କେ.ସୁବୁଦ୍ଧି, ଶ୍ରୀମତୀ ମମତା ସାହୁ ଜିଲ୍ଲା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରିଣୀ ( F.W ), ଶ୍ରୀ ସୁଶାନ୍ତ କୁମାର ନାଏକ (D.M.R.C.H )ଉପସ୍ଥିତ ରହି “ସୁସ୍ଥ ନାରୀ ଓ ସଶକ୍ତ ପରିବାର” ବିଷୟରେ ପୁଙ୍ଖା ନୁ ପୁଙ୍ଖ ଭାବେ ଉପସ୍ଥିତ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଜନ ସାଧାରଣ ଙ୍କୁ ସୂଚନାତ୍ମକ ରୂପେ ଜଣାଇଥିଲେ | କାର୍ଯ୍ୟକ୍ରମ ରେ ୬୨୫ ଜଣ ରୋଗୀ ପଞ୍ଜିକରଣ ହୋଇଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ,ଭେଷଜ ବିଶେଷଜ୍ଞ, ଅସ୍ତି ସଲ୍ୟ ବିଶେଷଜ୍ଞ, ଦନ୍ତ ରୋଗ ବିଶେଷଜ୍ଞ, ଆଖି ରୋଗ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ ଭଳି ବିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଚିକିତ୍ସା କରିଥିଲେ | କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ଗୋଷ୍ଟୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ ମହାନ୍ତି ଓ B.P.M.U କୈଳାଶ ନାୟକ ପରିଚାଳନା କରିଥିଲେ | ଏଥିରେ ସମ୍ମାନିତ ଶିଶୁ ବିକାଶ ବିଭାଗ ତରଫରୁ ଷ୍ଟଲ ସହ ଅନ୍ୟ ଦୁଇଟି ଷ୍ଟଲ ଓ ରୋଗୀ ପଞ୍ଜିକରଣ ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.