କିମିଆଁ କରୁଛି କଳାବତୀ

ସମ୍ବଲପୁର: ଆଜିକାଲି ଅଧିକ ଅମଳ ଆଶାରେ ଲୋକେ ଦେଶୀ ଧାନକୁ ଛାଡି ବିଦେଶୀ ଧାନଚାଷ କରୁଛନ୍ତି। ବିଭିନ୍ନ ରାସାୟନିକ ସାର ପ୍ରୟୋଗ କରୁଛନ୍ତି। ଯଦ୍ୱାରା ମାଟିର ଉର୍ବରତା ନଷ୍ଟ ହେବା ସହ ଧାନର ଗୁଣାତ୍ମକ ମାନ ମଧ୍ୟ କମୁଛି। ତେବେ ଦେଶିଆ ଧାନରେ ଓ ବିନା ସାରରେ ଉତ୍ପାଦିତ ଫସଲରେ ଯେଉଁ ଲାଭ ଅଛି, ତାହା ହୁଏତ ଖୁବ କମ ଲୋକ ଜାଣିଥିବେ।

Omkar Vasthu
Omkar Vasthu


ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବିରସିଂହପଡାରେ ଚାଷ ହେଉଛି କଳାବତୀ ଧାନ। ଏହି ଧାନର ଧାନ ଗଛ ଠାରୁ ଚାଉଳ ଯାଏଁ ସବୁର ରଙ୍ଗ କଳା ହୋଇଥିବା ବେଳେ ଏଥିରେ ଭରି ରହିଛି ଔଷଧିୟ ଗୁଣ। ଏହି କଳାବତୀ ଧାନର ଚାଉଳ କିଲୋ ପ୍ରତି ୨ଶହରୁ ୩ ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି ପ୍ରତି ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିରଳ କଳାଧାନ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ଯୁବ ଚାଷୀ ଚେତନ । ଯୁଯୁମୁରା ବିରସିଂହଗଡ଼ ଫାର୍ମ ହାଉସରେ ୧୦ ଏକର ଜମିରେ ଚେତନ କଳାଧାନ ଚାଷ କରିଥିବା ବେଳେ ୧୫ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ କରିଛନ୍ତି। ଏକ ଏକର ଜମିରୁ ୧୫ କ୍ୱିଣ୍ଟାଲରୁ ଅଧିକ ଧାନ ଅମଳ ହୋଇଛି। ୩୦ କିଲୋଗ୍ରାମ ଧାନ ବିହନରେ ଚାଷ ହୋଇଥିବା ବେଳେ ଏଥିପାଇଁ ମୋଟ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଚେତନ। ଆଉ ଏବେ କଳାଧାନ ଅମଳ ହେବା ସହ ବିକ୍ରି ପାଇଁ ପ୍ରସ୍ତୁତ ହେଉଛି। ୧୫ ଟନ୍ କଳା ଧାନକୁ ସେ ୧୬ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.