ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଓଡ଼ିଆ ବାର୍ତ୍ତା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମପଞ୍ଚାୟତ ଯାମଖୁଣ୍ଟା ଗ୍ରାମଠାରେ ବାର୍ଷିକ ବର୍ଣ୍ଣି ବୁଢ଼ା ଯାତ୍ରା ଗନ୍ତିଆ ପରିବାର ଙ୍କ ଆନୁକୁଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବର୍ଣ୍ଣି ବୁଢା ପୀଠର ମୁଖ୍ୟ ପୂଜକ ସୂର୍ଯ୍ୟ ନାରାୟଣ ବଗର୍ତ୍ତୀ ତତ୍ୟାବଧାନ ରେ ଅନୁଷ୍ଠିତ ବରୁଆ ଦେହ ରେ ମା ଆବିର୍ଭାବ ହୋଇ ଭକ୍ତ ଦର୍ଶନ ଦେଇଥାନ୍ତି ଏହି କାର୍ଯ୍ୟକ୍ରମରେ ଜାମଖୁଣ୍ଟା ତଥା ଆଖ ପାଖ ଗାଁ ର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ବର୍ଣ୍ଣି ବୁଢା ଚୁରା ବୁଢ଼ା ତଥା ଗାଁ ର ଜାଡେନ ବୁଢ଼ା ପାର୍ଶ୍ୟ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରଥମେ ଗ୍ରାମ ପରିକ୍ରମା କରିଥିଲେ ଏବଂ ଅଞ୍ଚଳର ସମସ୍ତ ବର୍ଗର ଜନସାଧାରଣ ବର୍ଣ୍ଣି ପୀଠରେ ଉପସ୍ଥିତ ରହି ପୀଠ ଶରଣାପନ୍ନ ହୋଇ ଆଶ୍ରିବାଦ ଭିକ୍ଷା କାମନା କରିଥିଲେ । ଏଥିରେ ପୂଜାରୀ ନର ବଗର୍ତ୍ତୀ ସୁଦର୍ଶନ ବଗର୍ତ୍ତୀ ରାଜିନ୍ଦ୍ର ବଗର୍ତ୍ତୀ ମାଳଗୋବିନ୍ଦ ବଗର୍ତ୍ତୀ, ପରମା ବଗର୍ତ୍ତୀ, କୁଶ ଦ୍ୱଜ ବଗର୍ତ୍ତୀ, ହେମନ୍ତ ବଗର୍ତ୍ତୀ, ରୁଷି ବଗର୍ତ୍ତୀ, ବେଣୁଧର ବଗର୍ତ୍ତୀ, ସିନ୍ଧୁ ବଗର୍ତ୍ତୀ, ହୃଶି ବଗର୍ତ୍ତୀ, କୌଇଲାଶ ବଗର୍ତ୍ତୀ ତଥା ସମସ୍ତ ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ ।