ଶାରଦୀୟ ଦୁର୍ଗାପୂଜା ପାଇଁ କୋକସରାର ବିଭିନ୍ନ ସ୍ଥାନରେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶାରଦୀୟ ଦୁର୍ଗା ପୂଜା ପାଇଁ କୋକସରା ବ୍ଳକର ବିଭିନ୍ନ ଗ୍ରାମରେ ବିଲ୍ବ ବରଣ ସହ କଳସ ଯାତ୍ରା ରବିବାର ଅନୁଷ୍ଠିତ ହୋଇଛି।ଜନବହୁଲ ଅଞ୍ଚଳ ମୋଟେର ଦୂର୍ଗାପୂଜା ମଣ୍ଡପ ନିକଟରୁ ସହସ୍ରାଧିକ ମହିଳା କଳସ ଯାତ୍ରାରେ ବାହାରି ସ୍ଥାନୀୟ ଶିବ ମନ୍ଦିର ବନ୍ଦ ରୁ କଳସ ରେ ପାଣି ଉଠେଇଥିଲେ। ଦୁର୍ଗାପୂଜା କର୍ତ୍ତା ଭାବେ ରୋହନ ପାଟ୍ଟଯୋଶୀ ଓ ତାଙ୍କ ଧର୍ମପତ୍ନୀ ନିହାରିକା ପଟ୍ଟଯୋଶୀ ରହିଥିବାବେଳେ ପୂଜକ ଭାବେ ବୈଲୋଚନ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ପୂଜା କମିଟି ସଭାପତି ଭାବେ ଜଗଦୀଶ ସରାଫ, ସମ୍ପାଦକ ରବିନାରାୟଣ ପୁଝାରୀ, କୋଷାଧ୍ୟକ୍ଷ ଋଷିମଣି ମାଝୀ ଦାୟିତ୍ୱରେ ରହିଛନ୍ତି।ସେହିପରି କୋକସରା ବ୍ଳକ ସଦର ମହକୁମା ସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମଧ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପଦ୍ମପୋଖରୀରୁ ପାଣି ଉଠାଯାଇଛି। ଏଥିରେ ପୂଜା କର୍ତ୍ତାଭାବେ ଭାବେ କିଶୋର ଚନ୍ଦ୍ର ପ୍ରଧାନୀ ତାଙ୍କ ପତ୍ନୀ ସାରଙ୍ଗିନୀ ପ୍ରଧାନୀ, ପୂଜକ ଭାବେ ପ୍ରତାପ ପାଣିଗ୍ରାହୀ ପୂଜା କାର୍ଯ୍ୟ କରୁଛନ୍ତି। ପୂଜା କମିଟି ସଭାପତି ଭାବେ କ୍ଷୀରସିନ୍ଧୁ ନେଗୀ, ସମ୍ପାଦକ ଦୁଷ୍ମନ୍ତ ପଟ୍ଟଯୋଶୀ, ଉପ ସଭାପତି ଗୁଣନିଧି ବାଗ ଦାଇତ୍ୱ ନିର୍ବାହ କରୁଛନ୍ତି। ସେହିପରି ଚଳିତ ବର୍ଷ ବ୍ଳକର କାଉଡୋଲା ଗ୍ରାମରେ ମଧ୍ୟ ପ୍ରଥମ କରି ଜଗନ୍ନାଥ ମନ୍ଦିର କମିଟି କାଉଡୋଲା ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ଏଥିରେ ପୂଜକ ଭାବେ ଉମାଶଙ୍କର ଦାସ ରହିଥିବା ବେଲେ କର୍ତ୍ତା ଭାବେ ଗୋବିନ୍ଦ ଚନ୍ଦ୍ର ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ପୁରୋହିତ ରହିଛନ୍ତି। ସଭାପତି ଭାବେ ବଂଶୀଧର ବେଶ୍ରା ଦାୟିତ୍ୱ ନିର୍ବାହ କରୁଛନ୍ତି। ଦୂର୍ଗା ମଣ୍ଡପ ନିକଟରୁ କଳସ ଯାତ୍ରା ବାହାରି ମୁଟୁରା ନଦୀ କୂଳରୁ ପାଣି ଉଠାଯାଇଥିଲା। ଏହି ସମୟ ମଧ୍ୟରେ କୋଟପାଡ଼ର ଅବତାର ଗୃପ, କାଉଡୋଲାର ଘଣ୍ଟ ଦଳ ସହିତ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ସେହିପରି ବ୍ଳକର ବିଭିନ୍ନ ଗ୍ରାମରେ ଆୟୋଜିତ ଦୁର୍ଗାପୂଜା ନିମନ୍ତ ମଧ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଆସନ୍ତା କାଲିଠାରୁ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବାକୁ ଥିବାବେଳେ କେତେକ ସ୍ଥାନରେ ପୂଜା ଆରମ୍ଭ ହୋଇସାରିଛି। ଏଥିପାଇଁ ସମଗ୍ର ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଥିବାବେଳେ ଭକ୍ତମାନେ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ମଧ୍ୟ ଭିଡକୁ ଦୃଷ୍ଟିରେ ରଖି ବିଶେଷ ଧ୍ୟାନ ଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.