ଭୀମପାହାଡ଼ରେ ଭାରତୀୟ କିଷାନ ସଙ୍ଘର ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ଦେଓଗାଁ: ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ ଠାରେ ଭାରତୀୟ କିଷାନ ସଙ୍ଘର ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସଭାପତି ଡାକ୍ତର ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସମ୍ପାଦକ ଚନ୍ଦ୍ରଭାନୁ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ରାଜ୍ୟ ସଭାପତି ରାଧାକୃଷ୍ଣ ମେହେର, ରାଜ୍ୟ ସମ୍ପାଦକ ମୋହନ ନାଏକ, ଜିଲ୍ଲା କୋଷାଧକ୍ଷ ମଧୁସୂଦନ କ୍ଷେତି, ଜିଲ୍ଲା ମହିଳା ପ୍ରମୁଖ ତପିସା ପଧାନ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ | ବନମାଳୀ ମିଶ୍ର (ବେଲପଡ଼ା), ଲଛମନ ମହାକୁର (ବଲାଙ୍ଗିର), ଭାଗିରଥି ଜୁଆଡ଼ (ମୁରିବାହାଲ), ବୈଦ୍ୟନାଥ କରନ (ପାଟଣାଗଡ଼), ତ୍ରିଲକ୍ଷ ସାହୁ, ବିଦୁର କରନ (ସଇଁତଳା), ଶ୍ରୀକର ପଧାନ (ପୁଇଁତଲା), ଶ୍ୟାମ ସାହୁ (ଦେଓଗାଁ) ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ସାମ୍ବାଦିକ ରମାକାନ୍ତ ରାଜପଲିଆ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳ ଛାତ୍ର ହିମାଂଶୁ ଭୋଇ, ମହିଳା ଚାଷୀ ସତ୍ୟଭାମା ମେହେର, ଚାଷୀ ତ୍ରିଲୋଚନ ମାଝୀ, ଜେନା ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଦେଓଗାଁ ଚିନି କଳ ଖୋଲିବା ନେଇ ସରକାରଙ୍କ ନିଷ୍ପତ୍ତି ସମେତ ଚାଷୀଙ୍କ ଅନେକ ସମସ୍ୟାର ସମାଧାନ କିଷାନ ସଙ୍ଘର ପ୍ରଚେଷ୍ଟା ଦ୍ୱାରା ସମ୍ଭବପର ହୋଇଥିବା ବକ୍ତାମାନେ ପ୍ରକାଶ କରିଥିଲେ | ରାସାୟନିକ ବଦଳରେ ଜୈବିକ ଚାଷ ପ୍ରତି ସମସ୍ତେ ମନ ବଳାଇବା ଆବଶ୍ୟକ ବୋଲି ଚାଷୀଗଣ ମତ ଦେଇଥିଲେ | ଶେଷରେ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.