ବାଲେଶ୍ୱରର ଗବେଷକ ଲାଭ କଲେ ଚିଙ୍ଗୁଡ଼ି ଅବଶେଷରୁ ଆବିଷ୍କୃତ ପରିବେଶ-ଅନୁକୂଳ ଜୈବ ଉତ୍ପାଦ ପାଇଁ ପେଟେଣ୍ଟ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଜଣେ ସୁନାମଧନ୍ୟ ଗବେଷକ ଡକ୍ଟର ସିଦ୍ଧାର୍ଥ ପତି ଚିଙ୍ଗୁଡ଼ି ଖୋଳପାରୁ ଉପଲବ୍ଧ ‘କାଇଟୋସାନ୍’ ଦ୍ୱାରା ମୂଲ୍ୟବାନ ଜୈବ ଉତ୍ପାଦ ତିଆରି କରିବା ପ୍ରକଳ୍ପ ପାଇଁ ସଂପ୍ରତି ପେଟେଣ୍ଟ୍ ପାଇଛନ୍ତି।

Omkar Vasthu
Omkar Vasthu

ଏହି ପରିବେଶ-ଅନୁକୂଳ ବାୟୋ-ଉତ୍ପାଦ ଔଷଧ ଶିଳ୍ପରେ ଟାବଲେଟ୍ କ୍ୟାପସୁଲ୍ ଆବରଣ ତିଆରି ପାଇଁ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି।

Pearl dental clinic
Near Ashish Medical Store, Bhawanipatna

‘ସର୍କୁଲାର ଇକୋନୋମି’ ଓ ‘ୱେଷ୍ଟ୍ ଟୁ ୱେଲଥ୍’ ମିଶନରେ ପ୍ରେରିତ ଏକ ଷ୍ଟାର୍ଟଅପ୍ ର ସତ୍ଵାଧିକାରୀ ଡକ୍ଟର ପତି କହିଛନ୍ତି, “ଯାହାକୁ ଏକଦା ପରିବେଶର ବୋଝ ବୋଲି କୁହାଯାଉଥିଲା, ସେହି ଚିଙ୍ଗୁଡି ଖୋଳପା ଏବେ ଗ୍ଲୋବାଲ୍ ବାୟୋମେଡିକାଲ୍, ଔଷଧ ଜଗତ ତଥା କୃଷି ଓ ଶିଳ୍ପ ଶ୍ରେଣୀ ପାଇଁ ମୂଲ୍ୟବାନ କଞ୍ଚାମାଲ ଭାବରେ ପରିଗଣିତ ହେବ।”

Udyog Nursery
Udyogi Nursery

ତାଙ୍କର ଷ୍ଟାର୍ଟଅପ୍ ସମୁଦ୍ର ପ୍ରକ୍ରିୟାକରଣର ଅବଶେଷ, ବିଶେଷକରି ଚିଙ୍ଗୁଡ଼ି ଖୋଳପାରେ ମହଜୁଦ ଥିବା କାଇଟିନ୍, କାଇଟୋସାନ୍ ଓ କୃଷି ଜୈବ-ଷ୍ଟିମୁଲେଣ୍ଟ୍‌ସକୁ ଜୈବ ଉତ୍ପାଦରେ ପରିଣତ କରେ।

ସେ ଆହୁରି କହିଛନ୍ତି, “କାଇଟୋସାନ୍ ଏକ ବହୁପ୍ରୟୋଗୀ ବାୟୋପଲିମର୍। ଏହାର ଜୈବ-ବିଘଟନଶୀଳତା, ସୁରକ୍ଷା ଓ ବିଶେଷ ଜୈବ ଗୁଣାବଳୀ ଏହାକୁ ଔଷଧୀୟ କ୍ଷମତା ପ୍ରଦାନ କରେ। ଏହା ବିଭିନ୍ନ ଔଷଧ ତିଆରି କାର୍ଯ୍ୟରେ ସହାୟକ ହେବା ସହିତ ହାଡ଼ ପ୍ରତ୍ୟାରୋପଣ, ଟୀକା ଓ ବାୟୋସେନସର୍, ଜଳ ଶୁଦ୍ଧିକରଣ, କୃଷି, ସୌନ୍ଦର୍ଯ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏକ ମୁଖ୍ୟ ଉପାଦାନରେ ପରିଣତ ହୋଇଛି।”

ଡକ୍ଟର ପତି କହିଛନ୍ତି, “ଏହି ପେଟେଣ୍ଟ କେବଳ ଆରମ୍ଭ ମାତ୍ର; ଆମେ ନିରନ୍ତର ନବୀନତାରେ ବ୍ୟସ୍ତ ଓ ଅନେକ ନୂତନ ପ୍ରଯୁକ୍ତିରେ କାମ କରୁଛୁ। ଆମର ଲକ୍ଷ୍ୟ ହେଉଛି ଭାରତକୁ ଜୈବ ଉତ୍ପାଦ ଓ ବାୟୋ-ଆଧାରିତ ସାମଗ୍ରୀର ବିଶ୍ୱ କେନ୍ଦ୍ରରେ ପରିଣତ କରିବା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.