ଓଡ଼ିଆ ବାର୍ତ୍ତା/ କଟକ (ବୁଲେଇ ବେହେରା): କଟକ, ତେଲେଙ୍ଗାପେଣ୍ଠ ସ୍ଥିତ ଏଚ.ସି.ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରଗଡ଼ ଜିଲ୍ଲା ନିବାସୀ ୭୦ ବର୍ଷୀୟ ନବୀନ ଘିଭେଲାଙ୍କର ଜରୁରୀ ଏ + (ପଜେଟିଭ୍) ରକ୍ତ ଦରକାର ପଡିଥିଲା। ତାହା ଯୋଗାଡ଼ ହୋଇ ନପାରିବାରୁ ତାଙ୍କ ଦେଖାଶୁଣା ପାଇଁ ରହିଥୁବା ତାଙ୍କ ପୁତ୍ର ଓ କନ୍ୟା ହତୋତ୍ସାହ ହୋଇ ପଡ଼ିଥିଲେ। ଉକ୍ତ ଖବର ଉତ୍କଳ ଯାଦବ ମହାସଭାର ସାଙ୍ଗଠନିକ ସମ୍ପାଦକ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°. ପ୍ରଦୀପ କୁମାର ବେହେରାଙ୍କ ନଜରକୁ ଆସିଥିଲା। ତାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏ + (ପଜେଟିଭ୍) ବ୍ଲଡ଼ ଯୋଗାଡ଼ କରାଯାଇଥିଲା ଓ କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସମ୍ପାଦକ ପ୍ରତିରଞ୍ଜନ କାଠୁଆ ଉକ୍ତ ବ୍ଲଡ଼ ନେଇ ନବୀନ ଘିଭେଲା ଚିକିତ୍ସିତ ହେଉଥିବା ହସ୍ପିଟାଲରେ ପହଞ୍ଚି ତାଙ୍କ ପୁତ୍ର/କନ୍ୟାଙ୍କ ହସ୍ତରେ ପ୍ରଦାନ କରିଥିଲେ। ଉକ୍ତ ବ୍ଲଡ଼ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଲାଗିଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରାଙ୍କ ଏହି ମହନୀୟତା ପାଇଁ ନବୀନ ଘିଭେଲାଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।