ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଗିଚାରେ ଏକାଥରେ ୯୦ ବ୍ରହ୍ମ କମଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ନିକଟସ୍ଥ ବିନାୟକ ନଗରରେ ରହୁଥିବା ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସୁନାମୁଦୀଙ୍କ ବଗିଚାରେ ଏକାଥରେ ୯୦ ଗୋଟି ବ୍ରହ୍ମ କମଳ ଫୁଟିଥିବା ଦେଖିବାକୁ ମିଳିଛି। ଏହି ଖବର ଜଣା ପଡ଼ିବା ପରେ ଶିକ୍ଷୟତ୍ରୀଙ୍କ ଘରେ ସକାଳୁ ଦେଖଣାହାରୀ ଭକ୍ତଙ୍କ ଭିଡ ଜମିଥିଲା। ଗୃହକର୍ତ୍ତା ଭିମକେଲା ହାଇସ୍କୁଲର ହିନ୍ଦୀ ଶିକ୍ଷକ ସଞ୍ଜୟ ସେନାପତି ଓ ତାଙ୍କ ସହଧର୍ମିଣୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନାମୁଦୀ ଏହା ପ୍ରଭୁଙ୍କ ଆଶୀର୍ବାଦ କହି ଧୂପ ଦୀପ ଦେଇ ପୂଜାପାଠ କରିବା ସହ ବ୍ରହ୍ମ କମଳ ଫୁଳ ଗୁଡ଼ିକ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଦୁର୍ଗା ମନ୍ଦିରକୁ ଭଗବାନଙ୍କୁ ଲାଗି ହେବା ନିମନ୍ତେ ପଠାଇଥିବା ଜଣାପଡ଼ିଛି। ବ୍ରହ୍ମ କମଳ ଫୁଲ ନର୍ଲାରେ ଆଗରୁ ମଧ୍ୟ ଅନେକ ଲୋକଙ୍କ ଘର ବଗିଚାରେ ଫୁଟିଛି। ହେଲେ ଏକା ଥରକେ ଏତେ ଗୁଡିଏ ବ୍ରହ୍ମ କମଳ ଫୁଲ ଫୁଟିବା ପ୍ରଥମ ଘଟଣା ବୋଲି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଏହା ଠାକୁରଙ୍କ ମୋ ପରିବାର ପ୍ରତି ଆଶୀର୍ବାଦ ବୋଲି ଶିକ୍ଷକ ଶ୍ରୀ ସେନାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.