ଜିଲ୍ଲାସ୍ତରୀୟ କଳା ଉତ୍ସବ-୨୦୨୫ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ କଳା ଉତ୍ସବ-୨୦୨୫ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଏହି ଉତ୍ସବର ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହେଡମାଷ୍ଟର ଦୀନକୃଷ୍ଣ ଯୋଷୀ ମଂଚାସୀନ ଥିଲେ l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପରେ ୧୩ଟି ବ୍ଲକରୁ ଚୟନ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ନାଟକ, ନୃତ୍ୟ, ଚିତ୍ରାଙ୍କନ, ମୃଣ୍ମୟ, ଗଳ୍ପ କଥନ,ଉଭୟ ଲୋକ ଓ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଆଦି ୧୨ ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । ଏଥିପାଇଁ ୨୪ ଜଣ ଅନୁଭବୀ ବିଚାରକଙ୍କଦ୍ୱାରା ଜୋନାଲ ସ୍ତରରେ ଅଂଶ ଗ୍ରହଣ ସକାଶେ ଶ୍ରେଷ୍ଠ ପ୍ରତିଯୋଗୀ ବଛାଯାଇଥିଲା l ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଜାତୀୟ ବିସ୍ମିଲ୍ହା ଖାଁ ପୁରସ୍କାର ପ୍ରାପ୍ତ କଳାକାର ଧ୍ୟାନନନ୍ଦ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ. ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ପବିତ୍ର ମୋହନ ସାହୁ ଓ ଶିକ୍ଷାବିତ ପ୍ରଭାସ ଚନ୍ଦ୍ର ମିଶ୍ର ତଥା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଶିକ୍ଷକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ନୀଳାଞ୍ଚଳ ପାନ, ଯୁଧିଷ୍ଠିର ସାହୁ, ଶୁଭମଜ୍ୟୋତି ରାଉତ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସହଯୋଗ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.