ଆଉ ହେଉନି ଆମ ପୋଲିସ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ଗ୍ରାମ ଗୁଡିକର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ୍ତ ଏବଂ ବୁଦ୍ଧିଜୀବି ମାନଙ୍କୁ ନେଇ ଅପ୍ରେଲ ୨୦୧୫ ରେ ତତ୍କାଳିନ ଆଇଆଇସି ସମୀର ରାଉତଙ୍କ ନେତୃତ୍ୱତ୍ୱରେ ଆମ ପୋଲିସ ସମିତି ଗଠନ କରାଗଲା। ଯାହାର ଉଦ୍ଦେଶ୍ୟ ହେଲା ଅଞ୍ଚଳରେ ସଂଘଟିତ ହେଉଥିବା ଅପରାଧ, ନିଶା କାରବାରକୁ ରୋକିବା। ଅଞ୍ଚଳରେ ଘଟିଯାଉଥିବା ଧର୍ଷଣ, ନାରୀ ନିର୍ଯ୍ୟାତନା ଓ ଚୋରୀ ଡକାୟତ ଭଳି କାର୍ଯ୍ୟ କଳାପ ଉପରେ ଜନସଚେତନତା ସୃଷ୍ଟି କରିବା। ଏ ନେଇ ସାରା ରାଜ୍ୟରେ ଏହି ଧାରାରେ ବିଭାଗ ତରଫରୁ ନିର୍ଦ୍ଦେଶ ମଧ୍ୟ ରହିଛି। ଏହି ପର୍ଯ୍ୟାୟରେ ନର୍ଲା ପୋଲିସ୍ ସମିତିର ପ୍ରଥମ ବୈଠକ ତତ୍କାକାଳୀନ ଆଇଆଇସି ଶ୍ରୀମତୀ ଉହ୍ଲାସ ମାଝୀଙ୍କ ଅଧ୍ୟକ୍ଷତାରେ ନର୍ଲା ଥାନା ପରିସରରେ ତା.୧୯/୦୧/୨୦୧୬ ରେ ଆରମ୍ଭ ହୋଇଥିଲା।

Omkar Vasthu
Omkar Vasthu

ଅବକାରୀ ବିଭାଗର ଧରପଗଡ ପରେ ମଦ ରାନ୍ଧିବା ସିନା ବନ୍ଦ ହୋଇଯାଇଛି। ହେଲେ ମଦ୍ୟପଙ୍କ ସଂଖ୍ୟା ଚାରିଗୁଣା ବୃଦ୍ଧିପାଇଛି। ଏଥିରେ ଯୁବପିଢୀ ଅଧିକ ସଂଖ୍ୟାରେ ସାମିଲ ହେଉଥିବା ବେଳେ ଫଳରସ ନାମରେ ବିଦିତ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଯୁବପିଢୀଙ୍କୁ ପଙ୍ଗୁ କରି ସାରିଲାଣି। ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ଓ ବିଦେଶୀ ମଦ ଦୋକାନ ବ୍ୟତୀତ ଗାଁ ଗାଁ ରେ ଦେଶୀ ମହୁଲି ମଦକୁଠୀ ଏବଂ ଜଳଖିଆ ଓ ଚା, ପାନ ଦୋକାନରେ ମଧ୍ୟ ବେଆଇନ ମଦ କାରବାର ଚାଲିଛି। ଯାହା ସମ୍ପୂର୍ଣ୍ଣ ଭାବରେ ପୋଲିସର ଜ୍ଞାତସାରରେ ହେଉଛି ବୋଲି ଜନସାଧାରଣ ପୋଲିସ୍ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଆଉ ବହୁତ ଦୁଃଖର ବିଷୟ ପ୍ରଥମ ପୋଲିସ୍ ସମିତି ବୈଠକ ରେ ସମସ୍ତ ସଦସ୍ୟ ନର୍ଲା ଅଞ୍ଚଳରେ ଚାଲିଥିବା ବେଆଇନ ମଦକୁଠୀ ଓ ଅବୈଧ ବିଦେଶୀ ମଦ ର କାରବାରକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଏବଂ ନର୍ଲା ପୋଲିସ ମାସକ ମଧ୍ୟରେ ଏସବୁ ବନ୍ଦ କରାଯିବ ବୋଲି ସମିତିରେ ଦୃଢ ପ୍ରତିଶୃତି ମଧ୍ୟ ଦେଇଥିଲା। ହେଲେ ଅବୈଧ ଓ ବେଆଇନ ମଦ କାରାବାର ବନ୍ଦ କରାଯିବ କଣ ଓଲଟା ବଢିବାରେ ଲାଗିଛି।

Pearl dental clinic
Near Ashish Medical Store, Bhawanipatna

ଏହା ବାଦ୍ ରହିଲା ଜୁଆ, ସଟ୍ଟା କଥା। ଏସବୁ ସହ ମଧ୍ୟ ବନ୍ଦ କରି ପାରୁନି ପୋଲିସ। ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ନର୍ଲା ଥାନାକୁ ଆସୁଥିବା ୯୦ ପ୍ରତିଶତ କେସ୍ ନାରୀ ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା ଓ ଧର୍ଷଣ ଜନିତ। ସୂଚନା ଅଧିକାର ଆଇନ ବଳରେ ମଗା ଯାଇଥିବା ଏକ ତଥ୍ୟରୁ ଜଣାପଡିଛି ୨୦୧୪ ମସିହାରେ ନର୍ଲା ଥାନା ଧର୍ଷଣ ଜନିତ ମାମଲା ରୁଜ୍ଜୁ କରିବାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଆଉ ବୋଧେ ଏହିଭଳି ଅପରାଧିକ ମାମଲା, ନାରୀ ନିର୍ଯାତନା ଉପରେ ଜନସଚେତନତା ସୃଷ୍ଟି ପାଇଁ ବିଭାଗ ଆମ ପୋଲିସ ସମିତି ଗଠନ ଭଳି ଏକ ମହନୀୟ ପଦକ୍ଷେପ ଗ୍ରହଣ କରି ପ୍ରତି ମାସରେ ଥରେ ମିଟିଂ ପାଇଁ ନିୟମ ପ୍ରଣୟନ କରିଥିଲା।

Udyog Nursery
Udyogi Nursery

ନର୍ଲା ପୋଲିସ୍ ତରଫରୁ ସର୍ବମୋଟ ଚାରି ଥର ପୋଲିସ୍ ସମିତି ମିଟିଂ ଅନୁଷ୍ଠିତ ହୋଇ ସାରିଛି। ଆଉ ପ୍ରତ୍ୟେକ ଥର ଏଥିପ୍ରତି ଦୃଢ ପଦକ୍ଷେପ ନିଆଯିବ ବୋଲି କେବଳ ଖାତାରେ ବିବରଣୀ ଲେଖି ଦାଇତ୍ୱ ସାରି ଦେଇଛି ପୋଲିସ୍। ଆଉ ପଦକ୍ଷେପ ଶୂନ୍। “ଆମ ପୋଲିସ୍ ସମିତି”ର ଶେଷ ମିଟିଂ ୨୦୧୬ ଡିସେମ୍ବର ରେ ହୋଇଥିଲା। ଏବଂ ଆରମ୍ଭରୁ ମାତ୍ର ତିନୋଟି ବୈଠକ ପରେ ଆଉ ଆଜିଯାଏଁ “ପୋଲିସ୍ ସମିତି”ର ମିଟିଂ ହୋଇନାହିଁ।ସେହିଭଳି ୧୬ ଡିସେମ୍ବର ୨୦୧୨ ରେ ଦିଲ୍ଲୀରେ ନିର୍ଭୟା ହତ୍ୟା ଘଟଣା ପରେ ସରକାର ପୋଲିସ ପ୍ରଶାସନ ଜରିଆରେ “ପରୀ” ଭଳି କାର୍ଯ୍ୟକ୍ରମ କରି ଜନ ସଚେତନତା ପାଇଁ ପଦକ୍ଷେପ ନେଇଥିଲେ। ପୋଲିସ ତରଫରୁ ସହରର ବିଭିନ୍ନ ସ୍ଥାନରେ ମିଟିଂ କରି ଜନ ସଚେତନତା ସୃଷ୍ଟି କରୁଥିଲେ। ତାହା ମଧ୍ୟ ପରବର୍ତ୍ତି ସମୟରେ ବନ୍ଦ ହୋଇଗଲା।

ଦିନକୁ ଦିନ ନର୍ଲା ଅଞ୍ଚଳରେ ବେ ଲଗାମ ଭାବରେ ବେଆଇନ ମଦ କାରବାର, ଜୁଆ, ସଟ୍ଟା ଓ ଧର୍ଷଣ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଜଣାପଡିଛି। ପୁଣି ଥରେ ପୋଲିସ ସମିତି ମିଟିଂ, ପରୀ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବଳବତ୍ତର ରଖାଯାଉ। ଫଳରେ ପୋଲିସ ଓ ବୁଦ୍ଧିଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଅପରାଧ ମୂଳକ କାର୍ଯ୍ୟ ଗୁଡିକ ଉପରେ ସାମୁହିକ ଆଲୋଚନା ହେଲେ ପୋଲିସ ମଧ୍ୟ ସମସ୍ତ ତଥ୍ୟ ପାଇ ପାରିବ ଓ ଲୋକେ ମଧ୍ୟ ଉପକୃତ ହେବା ସହ ସଚେତନ ହୋଇପାରିବେ ବୋଲି ନର୍ଲା ଅଞ୍ଚଳର ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.