ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ର ୨୧ତମ ଜନ୍ମ ବାର୍ଷିକୀ ଅନୁଷ୍ଠାନ ର ନିଜସ୍ଵ ଅଫିସ୍ ପରିସର ରେ ମ.ରାମପୁର ବ୍ଲକ ର ସମସ୍ତ ଷ୍ଟାଫ୍ ଓ ସହଯୋଗୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ତଥା ବୋର୍ଡ ମେମ୍ବର ପ୍ରକାଶ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନ ଓ ଅଧ୍ୟକ୍ଷତାରେ ଏବଂ ଯୁଗ୍ମ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର ଙ୍କ ଉପସ୍ଥିତି ରେ ୨୧ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। କର୍ମୀ ମାନଙ୍କ ନିଷ୍ଠା ଓ ଆନ୍ତରିକତା ହିଁ ଅନୁଷ୍ଠାନ ର ସ୍ଥାୟୀତ୍ବ ଏବଂ ଅଗ୍ରଗତି ଆଣିପାରିବ ବୋଲି ଶ୍ରୀ ସାହୁ ଓ ଶ୍ରୀ ମହାପାତ୍ର ନିଜ ନିଜ ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ। ସମନ୍ଵିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ର ବ୍ଲକ ସଂଯୋଜକ ସୁଶ୍ରୀ ଭଗ୍ୟଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେବାସହିତ ନୁନପୂର ଗ୍ରାମ ପଞ୍ଚାୟତ ର ୪ ଗୋଟି ଆଦିବାସୀ ବହୁଳ ଗ୍ରାମ ମାନଙ୍କ ରେ ଦାନ ଉତ୍ସବ କରାଯିବା ସୂଚନା ଦେଇଥିଲେ। ଦାନ ଉତ୍ସବ ପାଇଁ ରାମପୁର ର ଫେଶନ ହାଉସ ମାଲିକ ବିଷ୍ଣୁ କୁମାର ଜୈନ ଓ ଦିନେଶ କୁମାର ଜୈନ ୬ ମାସ ରୁ ୧୪ ବର୍ଷ ର ଝିଅ ପିଲା ଙ୍କ ଡ୍ରେସ୍ ପ୍ରଦାନ କରି ଥିଲେ ଓ ମହାଶକ୍ତି ଏବଂ ସମନ୍ଵିତ ଗ୍ରାମ୍ୟ ବିକାଶ ପ୍ରକଳ୍ପ ଷ୍ଟାଫ୍ ମାନଙ୍କ ଆର୍ଥିକ ସହାୟତା ରୁ ଅସହାୟ ବୃଦ୍ଧା ବୃଦ୍ଧ ମାନଙ୍କ ପାଇଁ ଶୀତ ବସ୍ତ୍ର କମଳ ର ବ୍ୟବସ୍ଥା କରାଯାଇଥିଲା। ଅନୁଷ୍ଠାନ ର ପ୍ରକାଶ ଚନ୍ଦ୍ର ସାହୁ ଓ ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ଙ୍କ ନେତୃତ୍ୱ ରେ ମ. ରାମପୁର ବ୍ଲକ ର ନୁନ ପୁର ଗ୍ରାମପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗାଞ୍ଜିପଦର, ମଣ୍ଡାବହାଲି, ଅରନ୍ ଝରନ ଓ ବକ୍ ବେଡା ରେ ଦାନ ଉତ୍ସବ କରି ଗ୍ରାମ ର ଅସହାୟ ଓ ପିଲା ମାନଙ୍କୁ ଶୀତ ବସ୍ତ୍ର ଓ ଡ୍ରେସ୍ ପ୍ରଦାନ କରାଯାଇଥିଲା। ଆୟୋଜକ ଅନୁଷ୍ଠାନ ର ଶ୍ରୀ ସାହୁ ଦାନ ଉତ୍ସବ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ। ସମୀର ପୁଝାରୀ , ଆଇ ଭି ଡି ପି ପ୍ରକଳ୍ପ ର ସମସ୍ତ ଷ୍ଟାଫ୍ ଓ ସୁଶାନ୍ତ ଦଣ୍ଡସେନା ସହଯୋଗ କରିଥିଲେ। ବ୍ଲକ ସଂଯୋଜିକା ଭାଗ୍ୟଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।