ଦୀପାବଳୀକୁ ଫିକା କରିଦେଲା ଲଘୁଚାପ ବର୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଆଲୋକର ପର୍ବ ଦୀପାବଳୀକୁ ପାଣିଚିଆ କରିଦେଲା ଲଘୁଚାପ ବର୍ଷା। ସୋମବାର ଦୀପାବଳୀ ପାଳନ ପାଇଁ ସକାଳୁ ଲୋକେ ଘର ଆଗରେ କଦଳୀ ଓ ଆଖୁଗଛ ଲଗେଇ ଲିଚୁ ଆଲୋକ ମାଳରେ ସଜେଇ ରାତିରେ ଦୀପାବଳୀ ପାଳନ ପାଇଁ ବ୍ୟାପକ ସଜବାଜ କରିଥିଲେ। ଅବଶ୍ୟ ସକାଳୁ ପାଗରେ ପରିବର୍ତ୍ତନ ହୋଇ ଆକାଶ ଚାରିଆଡ଼େ ମେଘାଚ୍ଛନ୍ନ ହୋଇଥିଲା। ଅପରାହ୍ନ ୪.୩୦ ବେଳେ ବର୍ଷା କଚାଡ଼ିବା ଆରମ୍ଭ କରିଥିଲା। ରାତି ୯ ଟା ଯାଏଁ ବର୍ଷା ଲାଗିରହିଥିଲା। ପିଲାମାନେ ଛତାଧରି ବାହାରେ ବାଣ ଫୁଟାଉ ଥିବା ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁଁ ନା ଘର ଦୁଆରେ ମୁରୁଜ ଝୋଟି ଦେଇ ହୋଇଥିଲା ନା ଦୁଆରକୁ ଭଲ ଭାବରେ ସଜେଇ ହେଉଥିଲା। ଘର ଦୁଆର ସବୁ ପାଣି ପାଣିଆ ହୋଇଗଲା ଲଘୁଚାପ ଜନିତ ବର୍ଷାରେ। ଲୋକେ ପରସ୍ପରକୁ ଦୀପାବଳୀର ଶୁଭେଚ୍ଛା ଜଣାଇବା ପାଇଁ ଘରୁ ପଦାକୁ ବାହାରି ପାରିଲେ ନାହିଁ। ପ୍ରତିବର୍ଷ ଅକ୍ଟୋବର ମାସରେ ହେଉଥିବା ଅକ୍ଟୋବର ବାତ୍ୟାର ପୁନରାବୃତ୍ତି ହେବ ବୋଲି ଦୁଇଦିନ ହେଲା ଘୋଷଣା କରୁଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ଘୋଷଣା ଅନୁଯାୟୀ ଆସନ୍ତା ୨୧ ମଙ୍ଗଳବାର ପରଠୁଁ ବର୍ଷା ହୋଇପାରେ ବୋଲି। ହେଲେ ଦୀପାବଳୀ ଦିନ ଅପରାହ୍ନ ୪.୩୦ ରୁ ଲଘୁଚାପ ବର୍ଷା ଆଲୋକର ପର୍ବ ଦୀପାବଳୀକୁ ଧୋଇନେଲା। ଅନ୍ୟପକ୍ଷେ ଏହି ଅକ୍ଟୋବର ବାତ୍ୟା ଜନିତ ପ୍ରାକ ବର୍ଷା ଯୋଗୁଁ ଜମିରେ ପାଚିଥିବା ଧାନ ସବୁ ନଷ୍ଟ ହୋଇଯିବ। ଏଥିପାଇଁ ଚାଷୀ ମୁଣ୍ଡରେ ହାତଦେଇ ଚିନ୍ତାରେ ଭାଙ୍ଗି ପଡିଛି। ଠିକ ଧାନ ପାଚି ଅମଳ ସମୟରେ ଦାଉ ସାଜୁଛି ଅକ୍ଟୋବର ର ଲଘୁଚାପ ଜନିତ ବର୍ଷା। ପାଣିପାଗ ବିଭାଗ ଅକ୍ଟୋବରର ଏହି ଲଘୁଚାପ ବାତ୍ୟାର ରୁପ ନେଇପାରେ ବୋଲି ଘୋଷଣା କରୁଥିବା ବେଳେ ଆଗକୁ ଏହା କଣ ସବୁ ତାଣ୍ଡବ ରଚିବ ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.