ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସଦର ମହକୁମା ଅଧିନସ୍ତ ତାଡ଼ମା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ରାଜ୍ୟ ସ୍ତରରେ ଆୟୋଜିତ ୬୯ତମ ବିଦ୍ୟାଳୟ ସ୍ତରୀୟ ବ୍ୟାଡ଼ମେଣ୍ଟନ୍ ଓ ସିପାକ ଟାକ୍ରୋ ପ୍ରତିଯୋଗିତା ୨୦୨୫ – ୨୬ ଖେଳରେ ଚମ୍ପିୟନ ହୋଇ ରାୟଗଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି | ସେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଅଛି | ଛାତ୍ର ଜଣକ ହେଲେ ରାୟଗଡ଼ା ନିବାସୀ କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟର ସହ ଶିକ୍ଷକ ଶ୍ରୀନିବାସ ଦାଶ ଓ ମାତା ସ୍ଵପ୍ନା କୁମାରୀ ଭଟ୍ଟଙ୍କ ସୁପୁତ୍ର ପ୍ରାଂଶୁ ସତ୍ୟପ୍ରଜ୍ଞ ଦାଶ ଶର୍ମା । ସେ ରାୟଗଡ଼ା ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ତାଡ଼ମା ବିଦ୍ୟାଳୟ ଓ ରାମନାଗୁଡ଼ା ବିଦ୍ୟାଳୟର ଖେଳ ଶିକ୍ଷକଙ୍କ ପ୍ରୟାସ କ୍ରମେ ସଫଳତା ହାସଲ କରିଥିବା କହି ଏଥିପାଇଁ ସେ ତାଙ୍କ ପିତା ମାତା ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |