କୋମନା ଠାରେ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

ସାମିଲ ହେଲେ ବିଭିନ୍ନ ଦଳର ନେତା 

ଓଡ଼ିଆ ବାର୍ତ୍ତା/ କୋମନା: ନୂଆପଡ଼ା ଜିଲ୍ଲାର କୋମନା ଠାରେ ଆୟୋଜିତ ହୋଇଛି ଗିରି ଗୋବର୍ଦ୍ଧନ ପୂଜା। ମଙ୍ଗଳବାର ଏନେଇ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାଦବ ପରିବାର କୋମନାର ସଭାପତି କୈଳାସ ଚନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଳସ ଯାତ୍ରା ଓ ଗିରି ଗୋବର୍ଦ୍ଧନ ଆବାହନ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପନ ହୋଇଛି। ବୁଧବାର ଗିରି ଗୋବର୍ଦ୍ଧନ ପୂଜା, ଗୁରୁବାର ଗୋ-ସମ୍ବର୍ଦ୍ଧନା ସମାରୋହ ରହିଥିବାବେଳେ ଶୁକ୍ରବାର ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମ ସମାପନ ହେବ। ତେବେ ଏହି କଳସ ଯାତ୍ରାରେ ବରିଷ୍ଠ ଯାଦବମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ,  ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀ, ବରିଷ୍ଠ ନେତା ରାମଲାଲ ହଂସ, ଯୁବ ନେତା କପିଳେନ୍ଦ୍ର ଭୋଇଙ୍କ ସମେତ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.