ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ର ବିଶିଷ୍ଟ କଳାକାର, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗ ଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କୁ ଏକ ଭବ୍ୟ ପଟୁଆରରେ ସ୍ଥାନୀୟ ସାନ୍ଦୁଲ ନଦୀ ପଠାକୁ ନେଇ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରାଯାଇଛି। ପଞ୍ଚ ଭୂତରେ ବିଲିନ ହେଲେ ବିଶିଷ୍ଟ କଳାକାର ଲକ୍ଷ୍ମଣ ଆଜ୍ଞା। କେବଳ ସର୍ଗିଗୁଡା ଗାଁ କାହିକିଁ ଅଞ୍ଚଳ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଲକ୍ଷ୍ମଣ ଆଗ୍ୟାଙ୍କ ଅନ୍ତିମ ଯାତ୍ରା ରେ ପରିବାର ବର୍ଗ, ବନ୍ଧୁ ସହୋଦର, ଗ୍ରାମବାସୀ ସମସ୍ତେ ସାମିଲ ହୋଇଥିଲେ। ଅନ୍ତିମ ଯାତ୍ରା ବେଳେ ରାମ ନାମ ସତ୍ୟ ହେ ଧ୍ଵନୀ ସାଙ୍ଗକୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ। ଗାଁ ଭାଇ ଓ ପରିବାର ବର୍ଗ ଆଗରୁ ଯାଇ ଜୁଇ ପାଇଁ କାଠ ପ୍ରସ୍ତୁତ କରି ରଖିଥିଲେ। ଦାହ ସଂସ୍କାର ଆଗରୁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଯାଦବ ସମାଜର ପୁର୍ବତନ ସଭାପତି ଗିରିଧାରୀ ଗୌଡଙ୍କ ନେତୃତ୍ବରେ ଶାନ୍ତିପାଠ ଓ ଅମର ଆତ୍ମାର ସଦ୍ଗଗତି ପାଇଁ ଓଁ କାର ନାଦ ସହ ଶବ ନିକଟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଯାଦବ ସମାଜର ବରିଷ୍ଠ ସଦସ୍ୟ ମାର୍କଣ୍ଡ ଜାଲ ଯାଦବ ଭବନ ନିର୍ମାଣ ବେଳେ ସ୍ଵର୍ଗତ ଲକ୍ଷ୍ମଣ ବାଗଙ୍କ ଆର୍ଥିକ ସହଯୋଗ ଓ ଯାଦବ ସମାଜ ପାଇଁ ତାଙ୍କର ତ୍ୟାଗପୁତ ମନୋଭାବ ବଖାଣି ଥିଲେ। ଶବଧାରରେ ଲକ୍ଷ୍ମଣ ବାଗ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ଜନକ କୁମାରୀ, ଏକମାତ୍ର ପୁଅ ଭବାନୀ ଶଙ୍କର, ତାଙ୍କ ତିନିଝିଅ ମୋନାଲିସା , ମନ୍ଦାକିନି ଓ ମୌଷୁମୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଵର୍ଗତ ଶ୍ରୀ ବାଗ ଜଣେ ଉତ୍ତମ ଶିକ୍ଷକ ସାଙ୍ଗକୁ ମ୍ୟୁଜିକ ମାଷ୍ଟର, ଫୋକ କଣ୍ଠଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ରହିଥିଲେ। ଗାଁ ରେ ହେଉ କିମ୍ୱା ଆଖ ପାଖ ଗାଁ ଓ ବିଦ୍ୟାଳୟ ଗୁଡିକରେ କୌଣସି କାର୍ଯ୍ୟକ୍ରମ ହେଲେ ପ୍ରଥମେ ଲକ୍ଷ୍ମଣ ଆଜ୍ଞାଙ୍କୁ ଖୋଜା ପଡୁଥିଲା। ସେ ନର୍ଲା ଯାଦବ ସମାଜର ବିଭିନ୍ନ ପଦପଦବୀ ରେ ରହି ସମାଜ ପାଇଁ ଅନେକ କାମ କରିଯାଇଛନ୍ତି। ସେ ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଜଣେ ସକ୍ରୀୟ ସଦସ୍ୟ ଥିଲେ। ଜଣେ ମିଷ୍ଟ ଭାଷୀ, ସ୍ନେହୀ, ଭଦ୍ର ଓ ଉତ୍ତମ ବ୍ୟକ୍ତି ଭାବରେ ତାଙ୍କର ବେଶ ଖ୍ୟାତି ରହିଥିଲା। ମ୍ୟୁଜିକ ମାଷ୍ଟର ଭାବରେ ତାଙ୍କର ବେଶ ସୁନାମ ରହିଥିଲା। ଗାଁ ମଶାଣିରେ ତାଙ୍କର ଶେଶକୃତ୍ୟ ସଂପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁଅ ଭବାନୀ ଶଙ୍କର ବାଗ ଓ ପୁତୁରା ରବିନ ବାଗ ମୁଖାଗ୍ନୀ ଦେଇଛନ୍ତି। ତାଙ୍କର ଅନ୍ତିମ ଯାତ୍ରାରେ ଗିରିଧାରୀ ଗୌଡ, ବୀରକିଶୋର ମାଝୀ, ପ୍ରଦୀପ ନାଏକ, ରବୀନ୍ଦ୍ର ନାଥ ଦୋରା, ପ୍ରଫୁଲ୍ଲ କୁମାର ନାଗ, ଉଗ୍ରସେନ ଗୌଡ, ରତ୍ନାକର ପାଢ଼ୀ, ବିରଞ୍ଚି ମାଝୀ, ସଞ୍ଜୟ ନାଏକ, କିଶୋର ନାଏକ, କରୁଣାକର ନାଏକ, ଠାକୁର ବେହେରା, ସରୋଜ ମିଶ୍ର, କବି ମଧୁସୂଦନ ରାଉତ, ନିହାର ନାଏକ, କୁମୁଦ ନାଏକ, ନରସିଂହ ଥାପା, ଶଙ୍କର ଗଉଡ, ନାରାୟଣ ମାଝୀ, ଧିରୋଜ ପୋଢ଼, ଭିକାରୀ ଚରଣ ପୋଢ଼, ପ୍ରମୋଦ ପରିଡ଼ା, ସନ୍ତୋଷ ଦାସ, ମାନସ ସା, ସୁଧିର ନାଏକ, ପ୍ରହଲ୍ଲାଦ ସେଠୀ, ଖୁସିରାମ ମାଝୀ, ବାବୁନି ଦୋରା,ଗଜିନ ମାଝୀ, ଲିଙ୍ଗରାଜ କରୁଆଁ, ରମେଶ ପୋଢ଼, କୁଞ୍ଜ ବଚ୍ଛା, ଯୋଗେଶ୍ୱର ବିଶ୍ଵାଳ, ସେନାପତି ଗୌଡ, ଖଗେ ଗୌଡ, ଅକ୍ଷୟ ନାଏକ, ଶେଷଦେବ ପଧାନ ଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ। ଲକ୍ଷ୍ମଣ ଆଜ୍ଞା ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସର୍ଗିଗୁଡା ଆଜି ନିସ୍ତବ୍ଧ ହୋଇଯାଇଅଛି।