ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ଫପସି ଏକନିଆ ଡୁଙ୍ଗୁରିଠାରେ ଧରପଗଡ଼, କୁଇକେଡା ଓ ଗଣ୍ଡପତ୍ରାପାଳି ମିଳିତ ଆନୁକୂଲ୍ୟରେ ଯାଦବ ସମାଜର ୭ତମ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି। ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଗୋକୁଳା ନନ୍ଦ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞସେନୀ ବାଗ ଏବଂ ସମୋନାଥ ଭୋଇ ଓ ତାଙ୍କ ଧର୍ମପତ୍ନୀ କୋଶଲ୍ୟା ଭୋଇ କର୍ତ୍ତା ରହିଛନ୍ତି। ପୂଜକ ସରୋଜ ଚନ୍ଦ୍ର ପରୋହିତ, ଜପକ ସଞ୍ଜବ ପରୋହିତ, ଅଭିଜିତ ପରୋହିତ ଦାଇତ୍ୱ ନିର୍ବାହ କରୁଛନ୍ତି।