ଫପସି ଏକନିଆ ଡୁଙ୍ଗୁରି ଗିରିଗୋବର୍ଦ୍ଧନ ପୂଜା ଉଦ୍ଯାପିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ଫପସି ଏକନିଆ ଡୁଙ୍ଗୁରିରେ ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ଉଦ୍ଯାପିତ ହୋଇଯାଇଛି। ଧରପଗଡ଼, କୁଇକେଡା, ଗଣ୍ଡପତ୍ରାପାଳି ମିଳିତ ଆନୁକୂଲ୍ୟରେ ଯାଦବ ସମାଜର ୭ତମ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପ୍ରହରି ମଣ୍ଡପ ରେ ସ୍ଥାପନ କରାଯାଇଥିଲା। କର୍ତ୍ତା ଗୋକୁଳା ନନ୍ଦ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଯାଜ୍ଞଶେନି ବାଗ ଏବଂ ସମୋନାଥ ଭୋଇ ଓ ତାଙ୍କ ଧର୍ମପତ୍ନୀ କୋଶଲ୍ୟ ଭୋଇ ରହିଥିବା ବେଳେ ପୂଜକ ଶରତ ଚନ୍ଦ୍ର ପରୋହିତ ଜପକ ସଞ୍ଜବ ପରୋହିତ ସୁଧୀର ରହିଥିଲେ।  ପରମ୍ପରିକ ବାଡ଼ି ଖେଳ ସହ ପୂର୍ଣ୍ଣାହୁତିରେ କଳସ ଭସାଣି କରାଯାଇଥିଲା। ବଡ଼ମାଳ ଫାଣ୍ଡି ଅଧିକାର ଓ ତାଙ୍କ ସହଯୋଗୀ ଆସି ସୁରକ୍ଷା ବ୍ୟବସ୍ଥା କରିଥିଲେ। ପାହାଡ଼ରେ ଗିରିପୂଜା ଓ ଚଣ୍ଡୀ ପୂଜା ପାଇଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣପ୍ରସାଦ ବ୍ୟବସ୍ଥା କରାଯାଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.