ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବମକ ବଜାର ପ୍ରାଙ୍ଗଣରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ୍ ଫେଡରେସନ (ଏଓଏସସିଏଫ)ର ମଦନପୁର ରାମପୁର ବ୍ଲକସ୍ତରୀୟ ସାଙ୍ଗଠନିକ ସଭା ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନର କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ କାର୍ଯ୍ୟ ତ୍ଵରାନିତ ହୋଇଥିଲା। ପର୍ଯ୍ୟାୟକ୍ରମେ ସମାଜର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନର ରାଜ୍ୟ ସଭାପତି ଧନଞ୍ଜୟ ଦୀପଙ୍କ ଉପସ୍ଥିତିରେ ମଦନପୁର ରାମପୁର ଏଓଏସସିଏଫର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମଦନପୁର ରାମପୁର ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ସଭାପତି ଏବଂ କର୍ମକର୍ତ୍ତାଙ୍କ ସହମତି କ୍ରମେ ଅବସର ପ୍ରାପ୍ତ କଳାହାଣ୍ଡି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଦୟଦାନ ନାଗଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା। ଉପ ସଭାପତି ଭାବରେ ବେଣୁଧର ସୁନା, ସମ୍ପାଦକ ଭାବରେ ପ୍ରେମ ସାଗର ନାଏକଙ୍କୁ ଚୟନ କରାଯାଇଥିବା ବେଳେ, ମହାଦେବ ଛତ୍ରିଆ ଉପସଭାପତି, ରୋହିତ କୁମାର ସହସଂପାଦକ, ବିଶ୍ବମ୍ବର ନାଏକ ସରକାରୀ ଚାକିରି ମୁଖ୍ୟ, ସୁବାସ ବାଗ ଯୁବ ମୁଖ୍ୟ ସଂଗଠକ, ଉପଦେଷ୍ଟା ଭାବରେ ଦିବାକର ବାଗ, ଚିତ୍ତରଞ୍ଜନ ବାଗଙ୍କୁ ମନୋନୀତ କରାଯାଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମାନଙ୍କ ମଧ୍ୟରେ ଏଓଏସସିଏଫ କଳାହାଣ୍ଡିର କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ମହାସଚିବ ଶତ୍ରୁଘ୍ନ ନାଏକ, ରଘୁନାଥ ଦୀପ, ଭାଗିରଥି ଦୀପ, ମନ୍ଦିର ନାଗ, ଏବଂ ମଦନପୁର ରାମପୁର ବ୍ଲକ ଏଓଏସସିଏଫର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ପ୍ରେମ ସାଗର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।





