ନର୍ଲା ଆଇସିଡିଏସରେ କିଶୋରୀ ବାଳିକାଙ୍କ ପ୍ରତିଭା ବିକାଶ ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିଶୁ ବିକାଶ ପ୍ରକଳ୍ପ ଅଫିସରେ ନର୍ଲା ବ୍ଲକ ଅଧିନରେ ରହିଥିବା ୧୫୬ ଗୋଟି “ଅଦ୍ୱିକା କେନ୍ଦ୍ରର” କିଶୋରି ବାଳିକା ମାନଙ୍କୁ ନେଇ ପ୍ରତିଭା ବିକାଶ (ଟେଲେଣ୍ଟ ହଣ୍ଟ) ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କେନ୍ଦ୍ରର ୫୦ ଜଣ କିଶୋରି ବାଳିକା ଅଂଶ ଗ୍ରହଣ କରିଥିଲେ। ପେଣ୍ଟିଂ, ଡ୍ୟାନ୍ସ, ସ୍ୱାସ୍ଥ୍ୟ ସଚେତନତା ବିଷୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ଏଭଳି ୫ ଗୋଟି ବିଷୟ ଉପରେ ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହାକୁ ନର୍ଲା ଆଇସିଡିଏସର ସୁପର ଭାଇଜର ଯଶୋବନ୍ତୀ ନାଏକ, ଗୀତାଞ୍ଜଳୀ ସାହୁ, କୁନ୍ତଳା ନାଗ ପ୍ରମୁଖ ସୁପର ଭାଇଜର ପରିଚାଳନା କରି ମୂଲ୍ୟାୟନ କରିଥିଲେ । ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ସିଡିପିଓ ଅଞ୍ଜଳୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦାନ କରି ମାର୍ଗଦର୍ଶନ ଦେବା ସହ ୫ ଗୋଟି ଇଭେଣ୍ଟର ୧୫ ଜଣ କୃତି ପ୍ରତିଯୋଗୀ, ୩ ଜଣ ବିଶେଷ ପ୍ରତିଭାର ଟେଲେଣ୍ଟ ପ୍ରତିପାଦିତ କରିଥିବା ଛାତ୍ରୀ ଏଭଳି ସମୁଦାୟ ୧୮ ଜଣଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜିକା ସବିତା ସେଠୀ ଓ ପୋଷଣ ବିଭାଗର ବ୍ଲକ ସଂଯୋଜକ ଉମାଶଙ୍କର ମହାନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସିଡିପିଓ ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.