ବ୍ଲକ ସ୍ତରୀୟ ଏକ ଦିବସୀୟ ବାଲ୍ୟ ବିବାହ ଓ ବେଟି ବଚାଓ ବେଟି ପଢାଓ ଶିବିର

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସ୍ଥିତ ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିକାରିଣୀ ମମତାରାଣୀ ଦାସଙ୍କ ଅଧକ୍ଷତାରେ ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ବ୍ଲକ ସ୍ତରୀୟ ଏକ ଦିବାସୀୟ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ସହ ପ୍ରକଳ୍ପ ସ୍ତରୀୟ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମୋହନ ରାଓ କୋଣ୍ଡାଗରୀ ଉପସ୍ଥିତ ରହିଥିବା ବେଳେ ବ୍ଲକ କନ୍ଧକୁଳ ସମାଜର ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ୱାଡ଼ାକା ଓ ବ୍ଲକ ଡ଼ମ୍ ସମାଜର ସଭାପତି ଶ୍ରୀମାନ ଜାଗାମ୍ ବେନିଆ,କଲ୍ୟାଣ ସିଂହପୁର ସଦର ପାଷ୍ଟର ଉପଯୁକ୍ତ ସିଂଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏହି କର୍ମଶାଳାରେ କଲ୍ୟାଣ ସିଂହପୁର ବ୍ଲକ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ସହ ବ୍ଲକରୁ ଅନେକ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମ ଟିକୁ ଅତିଥି ମାନଙ୍କ କରକମଳରୁ ସ୍ୱରସ୍ୱତୀଙ୍କ ଫୋଟ ଚିତ୍ରରେ ଧୂପ, ଦୀପ,ପୁଷ୍ପମାଲ୍ୟ ଦେବାପରେ ଅଥିତି ମାନଙ୍କୁ ପୁଷ୍ପଗୁଚ୍ଛ ମାନ ପ୍ରଦାନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରାଯାଇଥିଲା | ଏହି କର୍ମଶାଳା ପରିପେକ୍ଷୀରେ ଉପସ୍ଥିତ ଥିବା ଅତିଥି ମାନେ ବାଲ୍ୟ ବିବାହ କୁ ନେଇ ଓ ଝିଅ ମାନଙ୍କ ପାଠ ପୋଡା କୁ ନେଇ ସରକାର ସବୁବେଳେ ସଜାଗ ଥିବା ବେଳେ ଲୋକ ମାନଙ୍କ ସଚେତନତାର ଅଭାବ ଓ ଶିକ୍ଷା ର ଭିତ୍ତି ଭୂମି ଅଭାବ ଯୋଗୁଁ ଦିନକୁ ଦିନ ବଡ଼ି ଚାଲିଛି ବାଲ୍ୟ ବିବାହ ଭଳି ଅମାନସିକ ଘଟଣା | ଏଣୁ ବିଶେଷ କରି ଆମ ଅଞ୍ଚଳର ଆଜିର ଛାତ୍ରୀ ମାନେ ଶିକ୍ଷିତ ହେଲେ ଏହି ବାଲ୍ୟ ବିବାହ ବନ୍ଧ ହୋଇପାରିବ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ | ଶେଷରେ ଶିବିର କୁ ନେଇ ତିନୋଟି ଛାତ୍ରୀ ଦଳଙ୍କ ତରଫରୁ ପାରିବେଷିତ ନୃତ୍ୟ ମଧ୍ୟରୁ ପୂଜାରୀଗୁଡ଼ା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରୁ ଆସିଥିବା ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ “ବେଟି ବଚାଓ ବେଟି ପୋଢାଓ” ଓ ବାଲ୍ୟ ବିବାହ ସଚେତନ ବାର୍ତ୍ତା କୁ ନେଇ ପାରିବେଷିତ ନୃତ୍ୟଟି ଉପସ୍ଥିତ ଅତିଥି ଓ ସମସ୍ତ ଛାତ୍ରୀ ଏବଂ ଜନସାଧାରଣଙ୍କୁ ଖୁସିବ୍ୟକ୍ତ କରିଥିଲା | ଏହା ପରେ ନୃତ୍ୟ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ କଲ୍ୟାଣସିଂହପୁର ସମ୍ମନିତ ଶିଶୁ ବିକାଶ ବିଭାଗ ତରଫରୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା | ଏହି ଶିବିର ଟିକୁ ସୂ ପରିଚାଳନା ନିମନ୍ତେ ବ୍ଲକ ଓଡ଼ିଶା ଜୀବିକା ମିଶନ କର୍ମକର୍ତ୍ତା, ବିଭାଗର ତିନିଜଣ ଅଙ୍ଗନୱାଡ଼ି ସୁପର ଭାଇଜର ଙ୍କ ସହଯୋଗୀତାରେ ସଂଗ୍ରାମ ସିଂହ ସମ୍ପହ୍ନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.