ଟିକ୍ରାପଡ଼ାରେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ତ୍ରିଦିବସୀୟ ରାମାୟଣ ପାରାୟଣ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାରେ ନବନିର୍ମିତ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ ହୋଇଯାଇଛି | ଜନତା ପୁଟେଲ ଓ ମଞ୍ଜୁଳା ପୁଟେଲ କର୍ତ୍ତା ରହିଥିବାବେଳେ ଅକ୍ଷୟ ସୁଆର, ପ୍ରତାପରୁଦ୍ର ମିଶ୍ର ଏବଂ ବଳରାମ ଥନାପତି ପୂଜାର୍ଚ୍ଚନା କରିଥିଲେ | ଏହି ଅବସରରେ ତ୍ରୀଦିବସୀୟ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା | ଶୁକ୍ରବାର ଅରଣ୍ୟ କାଣ୍ଡ, ଶନିବାର କିସ୍କିନ୍ଧ୍ୟା କାଣ୍ଡ ଓ ରବିବାର ସୁନ୍ଦର କାଣ୍ଡ ପାରାୟଣ ହୋଇଥିଲା | ଭରସୁଜାର ମିଳନ କୁମାର ମିଶ୍ର ବ୍ୟାସ ରହିଥିଲେ | ବିକାଶ ଷଡ଼ଙ୍ଗୀ ଅର୍ଗାନରେ, ଗଣେଶ ପଧାନ ପ୍ୟାଡ଼ରେ ଏବଂ ଶ୍ୱେତକୁମାର ଭୋଇ ତବଲା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ | ଦାବଜୋରୀର ଜଗନ୍ନାଥ ନାଗ ବୀର ହନୁମାନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସମବେତ ହୋଇଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.