ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ କଳାହାଣ୍ଡି ଛାତ୍ରୀ ବବିତା ଦୋରା

ଜାତୀୟସ୍ତର ପାଇଁ ହେଲେ ମନୋନୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଖୋର୍ଦ୍ଧା ସ୍ଥିତ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୯ତମ ରାଜ୍ୟସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଧଅଁରାଭଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଗୌତମ ହରିଜନ ଓ ବାଳିକ ବିଭାଗରୁ ବବିତା ଦୋରା ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ବାଳିକା ବିଭାଗ ପକ୍ଷରୁ ବବିତା ଦୋରା ପଞ୍ଚମ ସ୍ଥାନ ଅଧିକାର କରି ଆଗକୁ ତ୍ରିପୁରା ରାଜ୍ୟର ଅଗରତାଲାରେ ହେବାକୁ ଥିବା ଜାତୀୟସ୍ତର ପାଇଁ ମନୋନୀତ ହୋଇଛନ୍ତି। ବବିତା ଜିଲ୍ଲା ତଥା ବ୍ଳକ ପାଇଁ ଗୌରବ ଆଣିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ବିଭାଗ, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ବିଇଓ ରୁଷିଆ ମେହେରଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଶୁଭଶ୍ରୀ ସାମନ୍ତରାୟ, ଖେଳ ଶିକ୍ଷକ ଅଜୟ କୁମାର ପଲେଇ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଛାତ୍ରୀ ବବିତା ଦୋରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.