ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଓ କଳାହାଣ୍ଡି ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ଓଡ଼ିଶା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୫ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୬୭ ଜଣ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ଓ କଳାହାଣ୍ଡି ପୋଲିସର ଅନେକ କର୍ମଚାରୀ ସହ ସମୁଦାୟ ୨୦୦ ଜଣ ଯୋଗ ଦେଇଥିବା ସହ ଏକ ବିଶାଳ ଜନ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଏହା ପରେ ଗାନ୍ଧୀ ଛକ ଠାରେ ଡିଏସ୍‌ପି ଅଳକାନନ୍ଦା ସାହୁ ଓ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ସମସ୍ତଙ୍କୁ ସାଇବର ସୁରକ୍ଷା ଶପଥ ପାଠ କରାଇଥିଲେ। ସଚେତନତା ଯାତ୍ରା ପରେ ଏକ ସଚେତନତା ସଭା ହୋଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଇନ୍‌ସପେକ୍ଟର ସର୍ବେଶ୍ୱର ସାମନ୍ତରା, ଇନ୍‌ସପେକ୍ଟର ଚନ୍ଦନ ସାହୁ, ସବ୍‌-ଇନ୍‌ସପେକ୍ଟର ଜାହ୍ନବୀ ତାଣ୍ଡି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍ ଅଫିସର ପ୍ରତାପ ଚନ୍ଦ୍ର ଦାଶ ପରିଚାଳନା କରିଥିବା ବେଳେ ଏନ୍‌ସିସି ଅଫିସର ଶୁଶାନ୍ତ କୁମାର ଦାଶ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା ଓ କଳାହାଣ୍ଡି ଜିଲ୍ଲା ପୋଲିସର ଅନେକ ଅଫିସର ଓ କର୍ମଚାରୀ ସହଯୋଗ କରିଥିଲେ। ଏହାର ସଫଳତା ପାଇଁ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଉପ ଆରକ୍ଷୀ ଅଧିକ୍ଷିକା ଅଳକାନନ୍ଦା ସାହୁ, ଟାଉନ୍ ଥାନା ଅଧିକାରୀ ପ୍ରଦ୍ୟୁନ୍ମ ମହାପାତ୍ର ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.