୧୫ରେ ଅଗ୍ନିଭୈରବ ନାଟ୍ୟକଳା ସଂଘର ପୁନରୁଦ୍ଧାର ଓ ବଲବସପୁର ମହୋତ୍ସବ

 ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମପଞ୍ଚାୟତର ବଲବସପୁର ଗ୍ରାମରେ ଚଳିତ ମାସ ୧୫ ତାରିଖରେ ଅଗ୍ନିଭୈରବ ନାଟ୍ୟକଳା ସଂଘର ପୁନରୁତ୍ଥାନ ଓ ବଲବସପୁର ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେବ।

ଜିଲ୍ଲାର କଳାସଂକୃତି, ସଂଗଠନ ଓ ସେବା କ୍ଷେତ୍ରରେ ବିଶେଷ ଅବଦାନ ରଖିଆସିଥିବା ଏହି ଅନୁଷ୍ଠାନର ଅନେକ ପ୍ରତିଭା ରାଜ୍ୟ ତଥା ଆନ୍ତଃରାଜ୍ୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି।

ଏହି ଅନୁଷ୍ଠାନ ର ବିକାଶ ସହିତ ଅଞ୍ଚଳର ବିଭିନ୍ନ ବିକାଶରେ ସହାଭାଗୀତା ଓ ସହଯୋଗ ଭଳି ଏକ ମହାନ ଉଦ୍ଦେଶ୍ୟ ନେଇ ଏଭଳି ଏକ ପଦକ୍ଷେପ ଗ୍ରାମର ଯୁବ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରିକଳ୍ପନା ଏହି ମହୋତ୍ସବ।

ଏକଦିବସୀୟ ଏହି ସାଂସ୍କୃତିକ ଉତ୍ସରେ ଦିନସାରା ଗ୍ରାମର ମହିଳା, ପୁରୁଷ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବାକୁ ଥିବାବେଳେ, ରାତିରେ ଭଜନ ସନ୍ଧ୍ୟା ଓ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମାଜିକ ନାଟକ “ବଞ୍ଚିବାକୁ ଏଠି ଡର ଲାଗୁଛି” ମୁଖ୍ୟ ଆକର୍ଷଣ ହେବ।

ଅନୁଷ୍ଠାନର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବେଳ ଗ୍ରାମବାସୀ ଏହାର ସଫଳତା ପାଇଁ ଉତ୍ସାହର ସହିତ ଲାଗିପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.