ନବନିର୍ମିତ ସହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଓ ଦୀପ ଯଜ୍ଞ ଅନୁଷ୍ଠିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବର୍ଗତ ଗୁରୁନାଥ ସାହୁ ଓ ସ୍ବର୍ଗତ ପଦ୍ମାବତୀ ସାହୁ ଙ୍କ ଦ୍ଵାରା ନିର୍ମିତ ମ.ରାମପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନବ ନିର୍ମିତ ଶିବ ମନ୍ଦିର, ହନୁମାନ ମନ୍ଦିର, ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି କେଦାର ମହାରଣା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅପରାହ୍ନ ୪.୩୦ ମି଼ ରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଘଣ୍ଟ, କୀର୍ତ୍ତନ, ଘୁମୁରା ଦଳ ସହିତ ଶୋଭା ଯାତ୍ରାରେ ବାହାରି ବୁର।ଟ ନିକଟସ୍ଥ ଉତେଇ ନଦୀ ରୁ ଗଙ୍ଗା ବରଣ ଓ ପୂଜାର୍ଚ୍ଚନା ପରେ ଘଣ୍ଟ ଘଣ୍ଟା, କୀର୍ତ୍ତନ, କଳାହାଣ୍ଡି ଜିଲ୍ଲାର ବୀର ବାଦ୍ୟ ଘୁମୁରା ଓ ବ୍ରାହ୍ମଣ ମାନଙ୍କ ବେଦ ଧ୍ଵନୀ ରେ ଦୁଇ ଶହ ରୁ ଉର୍ଦ୍ଧ ମହିଳା ମାନେ ଜଳ ଭର୍ତ୍ତି କଳସ ଧରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ଥିବା ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ। ସନ୍ଧ୍ୟା ଆଳତି ଓ ଆକାଶ ଦୀପ ଉଠିବା ପରେ ଅଙ୍କୁର ରୋପଣ ଓ ଅଧିବାସ ପୂଜା ହୋଇଥିଲା। ଅରୁଣ ସ୍ତମ୍ଭ କର୍ତ୍ତା ରାଜେନ୍ଦ୍ର ସାହୁ ଓ ବାସନ୍ତୀ ସାହୁ, ଶିବ ମନ୍ଦିର ପ୍ରତିଷ୍ଠା ର କର୍ତ୍ତା ରବି ବାଗ ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟଶ୍ରୀ ବାଗ ଏବଂ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କର୍ତ୍ତା ଭାବେ ନିରଞ୍ଜନ ସାହୁ ଓ ବାସନ୍ତୀ ସାହୁ ସସ୍ତ୍ରୀକ ଦାୟିତ୍ଵ ନେଇଥିଲେ। ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ରାଜ ପୁରୋହିତ ତ୍ରିଲୋଚନ ଦାସ, ପଣ୍ଡିତ ରମେଶ ଚନ୍ଦ୍ର ମିଶ୍ର ଓ ସନ୍ତୋଷ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଦୀପ ଯଜ୍ଞ ର କର୍ତ୍ତା ପାଇଁ ଜଗନ୍ନାଥ ଙ୍କ ଆଜ୍ଞାମାଳ ନେଇ ନବୀନ ଅଗ୍ରୱାଲ ଙ୍କ ଗୃହକୁ ଯାଇ ପୂଜାର୍ଚ୍ଚନା ପରେ କର୍ତ୍ତା ବରଣ କରାଯାଇଥିଲା।୨ ତାରିଖ ରେ ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହୋଇଥିଲା। ୩ ତାରିଖ ସୋମବାର ଦିନ ବିଗ୍ରହ ମାନଙ୍କ ମହାସ୍ନାନ ପରେ ଯଜ୍ଞ ମଣ୍ଡପ ରେ ପ୍ରାଣ ପ୍ରତିଷ୍ଠା, ମନ୍ଦିର ମାନଙ୍କ ପ୍ରତିଷ୍ଠା ,ଯଜ୍ଞ ଆଳତି ପରେ ସୁସଜ୍ଜିତ ରଥ ରେ ଦୁଲ ଦୁଲୀ, ଘଣ୍ଟ ଦଳ ଓ କୀର୍ତ୍ତନ ଦଳ ସହିତ ପ୍ରତିଷ୍ଠା ହୋଇଥିବା ବିଗ୍ରହ ମାନଙ୍କ ନଗର ପରିକ୍ରମା ପରେ ନିଜ ନିଜ ନବ ନିର୍ମିତ ମନ୍ଦିର ରେ ପ୍ରବେଶ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ବୁଧବାର ଦିନ ପ୍ରାତଃ ୫.୧୫ ମି ରେ ଦୀପ ଯଜ୍ଞ ର କର୍ତ୍ତା ନବୀନ ଅଗ୍ରୱାଲ ଦମ୍ପତି ଦୀପ ଯଜ୍ଞ ପୂଜାର୍ଚ୍ଚନା ସହିତ ଆରମ୍ଭ କରିଥିଲେ।ରାମପୁର ରାଜା ବୁଦ୍ଧେନ୍ଦ୍ର ପ୍ରତାପ ସିଂହଦେଓ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ କାର୍ଯ୍ୟକ୍ରମର ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।ମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା,ହେମନ୍ତ ସାହୁ, ରମାକାନ୍ତ ପ୍ରହରାଜ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ,ଅମିତ୍ ଅଗ୍ରୱାଲ,ସୁଶ୍ରୀ ସୁକାନ୍ତି ପ୍ରହରାଜ,ସୁବାସ ପଣ୍ଡା,ନବୀନ ଅଗ୍ରୱାଲ,ପ୍ରବୀର,ଧୀରେନ୍ଦ୍ର ସାହୁ, ଶିବରାମ ସାହୁ, ବିନୋଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ଅମ୍ରୀତ ସତପଥି, ଧୀରେନ୍ଦ୍ର, ସୁନ୍ଦର ସିଂ ପୋଢ଼, ଦୀପକ, ଜୟନ୍ତୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





