୧୧ରେ ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ଚଳିତ ମାସ ୧୧ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ଘ.୧୦.୩୦ ମି.ସମୟରେ ଅନୁଷ୍ଠାନ ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହେବ। ଉକ୍ତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୂବନେଶ୍ଵର ର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଭୁବନେଶ୍ଵରରୁ ପ୍ରକାଶିତ ଦୈନିକ ଖବରକାଗଜ “ପ୍ରଗତିବାଦୀ” ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଶ୍ମିତା କରନ୍ , ମୁଖ୍ୟବକ୍ତା ଭାବେ ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ପ୍ରମୁଖ ଯୋଗଦାନ ପୂର୍ବକ ଆତିଥ୍ୟ ଗ୍ରହଣ କରିବା ପାଇଁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଣୁ ଏହି ଅବସରରେ ସମିତି ପରିସରରେ ବୈତାଳିକ ପ୍ରାର୍ଥନା, ବୈତାଳିକ ଓ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ, ଆଜ୍ଞାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପରେ ଏକ ସାଧାରଣ ସଭା ଏବଂ ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ ହେବ, ଏଥିରେ ୧୩ ତମ ଆଜ୍ଞା ସେବା ସମ୍ମାନ ଜୟପୁର, କୋରାପୁଟ ଅଞ୍ଚଳ ର ବରିଷ୍ଠ ସମାଜସେବୀ ସୁବାସ ଚନ୍ଦ୍ର ମିଶ୍ର, ୨୦ ତମ ଆଚାର୍ଯ୍ୟ ହରିହର- ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ କୋରାପୁଟ, ସିମିଳିଗୁଡ଼ା ଅଞ୍ଚଳ ର ବରିଷ୍ଠ ସମାଜସେବୀ କୃଷ୍ଣ ସିଂ, ଏବଂ ୨୦ ତମ ମା’ ରମାଦେବୀ- ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ ଭୁବନେଶ୍ୱରର ସୁଶ୍ରୀ ନମ୍ରତା ଚଢ଼ା ଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି l ମଧ୍ୟାହ୍ନ ରେ ସାମୂହିକ ଭୋଜନ ପରେ ଅତିଥିଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ l ଅପରାହ୍ନ ରେ ସର୍ବଧର୍ମ ପ୍ରାର୍ଥନା ଏବଂ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ, ଏଣୁ ଏହି ଉତ୍ସବର ବିବିଧ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ସମିତି ତରଫରୁ ନିବେଦନ କରାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.