ବାଲେଶ୍ବରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ

ଅଗ୍ରଣୀ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉତ୍ପାଦକ ହେଲେ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ସରକାର କୃଷି ଶସ୍ୟର ପ୍ରଚାର ପ୍ରସାର ନିମନ୍ତେ ‘ଶ୍ରୀଅନ୍ନ ଅଭିଯାନ’ ଯୋଜନା କାର୍ଯ୍ୟକାରୀ କରିବା ଏକ ଅଭିନବ ପ୍ରୟାସ ପାଲଟିଛି। ଏହି ‘ଶ୍ରୀଅନ୍ନ ଅଭିଯାନ’ ଯୋଜନାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଗଣ କୃଷି ଐତିହ୍ୟ ଓ ଜୈବ ବିବିଧତା ପ୍ରସଙ୍ଗରେ ମହିଳାମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖଥିଲେ। ଏହି ଅବସରରେ ପୁଷ୍ଟି ଶସ୍ୟ ଚାଷ ହେଉଥିବା ନୀଳଗିରି ଓ ଔପଦା ବ୍ଲକର ୭୦ରୁ ଉର୍ଦ୍ଧ ଅଗ୍ରଣୀ ମାଣ୍ଡିଆ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଫକୀରମୋହନ ବିଶ୍ଵବିଦ୍ୟାଳୟର ସାମାଜିକ କର୍ମୀ ବିଭାଗର ସ୍ନାତକୋତ୍ତର ବିଦ୍ୟାର୍ଥୀ, ଜିଲ୍ଲାସ୍ତରୀୟ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀଗଣ ସମେତ ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ଅନ୍ୟାନ୍ୟ କୃଷି କର୍ମକର୍ତ୍ତା ଯୋଗ ଦେଇଥିଲେ। ସଦର ସହକାରୀ କୃଷି ଅଧିକାରୀ ସୁଶ୍ରୀ ଲିଜା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୌରୋହିତ୍ୟ କରିଥିଲେ। ଶେଷରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସହକାରୀ କୃଷି ନିର୍ଦ୍ଦେଶକ ସରୋଜ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅଗ୍ରଣୀ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉତ୍ପାଦକଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.